ଓଡ଼ିଶାଲାଇଭ୍ ବ୍ୟୁରୋ

ଦଲାଲ୍‌ମାନଙ୍କୁ ଗିରଫ କରିବା ପାଇଁ ରାଜ୍ୟର ବିଭିନ୍ନ ଡାକ୍ତରଖାନା ଏବଂ ଆର୍‌ଟିଓ ଅଫିସ୍‌ରେ ପୋଲିସ ଚଢ଼ାଉ କରୁଛି। ଚତୁର୍ଥ ଦିନରେ ଆଜି ପୋଲିସ ୧୬ ଦଲାଲଙ୍କୁ ଗିରଫ କରିଛି।

କଟକ ଏସ୍‌ସିବି ମେଡିକାଲ କଲେଜ ପରିସରରୁ ୫ ଦଲାଲଙ୍କୁ ପୋଲିସ ଗିରଫ କରିଥିବା ବେଳେ ଯାଜପୁର ଏବଂ ନୂଆପଡ଼ା ଆର୍‌ଟିଓ ଅଫିସରୁ ଜଣେ ଲେଖାଏଁ ଦଲାଲ ଗିରଫ ହୋଇଛନ୍ତି।

ଯାଜପୁରରୁ ଦୁଇ ଜଣ ଏବଂ ନୟାଗଡ଼ରୁ ଜଣେ ଦଲାଲ ଗିରଫ ହୋଇଥିବା ବେଳେ ବୌଦ୍ଧରୁ ବି ଜଣେ ଦଲାଲ ଗିରଫ ହୋଇଛନ୍ତି। କେନ୍ଦୁଝର ଏବଂ କଳାହାଣ୍ଡିରୁ ଦୁଇ ଜଣ ଲେଖାଏଁ ଦଲାଲଙ୍କୁ ପୋଲିସ ଗିରଫ କରିଛି।

ଆର୍‌ଟିଓ ଏବଂ ମେଡିକାଲକୁ ଦଲାଲମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବା ପରେ ପ୍ରଶାସନ ତତ୍ପର ହୋଇ ଉଠିଛି। ଗତ ୪ ଦିନ ହେଲା ରାଜ୍ୟର ବିଭିନ୍ନ ଆର୍‌ଟିଓ ଏବଂ ମେଡିକାଲରୁ ଦଲାଲ ଗିରଫ ଚାଲିଛି।

Comment