ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ନୋରା ଫତେହୀ ପୁଣିଥରେ ଏକ ଦମଦାର୍‌ ଡ୍ୟାନ୍ସ ନେଇ ଦର୍ଶକଙ୍କ ନିକଟକୁ ଫେରୁଛନ୍ତି। ଏହି ନୂଆ ଗୀତର ଟିଜର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ‘ସାକି ସାକି’ ଓ ‘ଦିଲବର ଦିଲବର’ ଅପେକ୍ଷା ନୋରାଙ୍କ ଏହି ଗୀତକୁ ଦର୍ଶକ ଅଧିକ ପସନ୍ଦ କରିବେ ବୋଲି କୁହାଯାଉଛି।

ନୋରା ଫତେହୀଙ୍କ ଏହି ନୂଆ ଗୀତ ତାରା ସୂତାରିଆ, ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୀତ ଫିଲ୍ମ ମରଜାଓ୍ୱାଂର। ଏହି ଗୀତ ଆସନ୍ତାକାଲି ରିଲିଜ ହେବାକୁ ଯାଉଛି। ଏଥିରେ ନୋରା ପୁଣିଥରେ ଏନରଜେଟିକ୍‌ ଅବତାରରେ ଆସିଛନ୍ତି।

‘ମରଜାଓ୍ୱାଂ’ ଫିଲ୍ମକୁ ଟି-ସିରିଜ୍ କମ୍ପାନି ପ୍ରଯୋଜନା କରୁଥିବାବେଳେ ମିଲାପ ଜାଭେରୀ ଏହାର ନିର୍ଦ୍ଦେଶନା ଦେଉଛନ୍ତି। ଫିଲ୍ମରେ ଦର୍ଶକ ଜବରଦସ୍ତ ଆକ୍ସନ ସାଙ୍ଗକୁ ରୋମାଣ୍ଟିକ ପ୍ରେମ କାହାଣୀ ଦେଖିବାକୁ ପାଇବେ। ଫିଲ୍ମଟି ଆଗାମୀ ନଭେମ୍ବର ମାସ ୮ ତାରିଖରେ ରିଲିଜ ହେବାକୁ ଯାଉଛି।

Comment