ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋଗ୍ରାଫି ‘ସଞ୍ଜୁ’ର ସଫଳତା ପରେ ଏବେ ବଲିଉଡ୍‌ ଚକଲେଟ୍‌ ଷ୍ଟାର ରଣବୀର କପୁରଙ୍କ ହାତରେ ୨ଟି ବିଗ୍‌ ବଜେଟ୍‌ ଫିଲ୍ମ। ବ୍ରହ୍ମାସ୍ତ୍ର ଏବଂ ସମଶେରା। ବ୍ରହ୍ମାସ୍ତ୍ରର ସୁଟିଂ ପାଖାପାଖି ସରିଯାଇଥିବା ବେଳେ ଏବେ ସାମ୍ନାକୁ ଆସିଛି ‘ସମଶେରା’ର ଫଟୋ। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଶୁଣିବାକୁ ମିଳିଛି, ଆସନ୍ତା ବର୍ଷ ଜୁଲାଇ ୩୧ରେ ରଣବୀରଙ୍କ ‘ସମଶେରା’ ଫିଲ୍ମ ରିଲିଜ ହେବ। ଏହି ଫିଲ୍ମ ପାଇଁ ରଣବୀର ବହୁତ ପରିଶ୍ରମ କରୁଛନ୍ତି। ଏହି ଫିଲ୍ମରେ ଏକ ଭିନ୍ନ ରୂପରେ ଦର୍ଶକଙ୍କୁ ସାମ୍ନାକୁ ଆସିବେ ରଣବୀର କପୁର। ଯାହା କିଛି ଗ୍ରାଫିକ୍ସ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିସହିତ ଫିଲ୍ମକୁ ନେଇ ଫ୍ୟାନ୍ସ ତଥା ଦର୍ଶକମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢୁଛି।

ଏହି ଫିଲ୍ମ ୧୮୦୦ ଶତାବ୍ଦୀର ଗୋଟିଏ ଡକାୟତର କାହାଣୀକୁ ନେଇ ନିର୍ମିତ ହେଉଛି। ଶୁଣିବାକୁ ମିଳିଛି, ରଣବୀର ଏହି ଫିଲ୍ମରେ ଡବଲ ରୋଲରେ ନଜର ଆସିବେ। ରଣବୀରଙ୍କ ବିପକ୍ଷରେ ଦର୍ଶକ ଅଭିନେତ୍ରୀ ବାଣୀ କପୁରଙ୍କୁ ଦେଖିବାକୁ ପାଇବେ। ସେହିପରି ସଞ୍ଜୟ ଦତ୍ତ ଓ ରନିତ୍ ରାୟ ମଧ୍ୟ ‘ସମଶେରା’ରେ ନଜର ଆସିବେ।

Comment