ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଣିଷ ଯେତେ ପାଇଲେ ବି ଅଧିକ ପାଇବାକୁ ସବୁବେଳେ ଆଶା ରଖେ। ସେହି ଆଶା ପୂରଣ ନହେଲେ ସେ ଦୁଃଖୀ ହୋଇପଡ଼େ। କାରଣ ନିଜ ପାଖରେ ଯେତିକି ଅଛି ମଣିଷ ସେଥିରେ ଖୁସି ନହୋଇ ଆହୁରି ପାଇବାକୁ ଚେଷ୍ଟା କରେ। ଶେଷରେ ଦୁଃଖ ପାଏ। ତେବେ ଏଭଳି ପରିସ୍ଥିତିର ମୁକାବିଲା କେମିତି କରିବେ କେଉଁଠୁ ନିଜର ଖୁସି ପାଇବେ ସେ ବିଷୟରେ ଏକ କାହାଣୀ କହି ଆକାଶ ଦାସ ନାୟକ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି। ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ ‘ଆକାଶ ଇନସ୍ପାୟର୍ସ’ରେ ସେ ସେ ଏହି ଭିଡିଓ ପୋଷ୍ଟ କରିଛନ୍ତି।

ଗୋଟିଏ ଦେଶରେ ଜଣେ ରାଜା ଥିଲେ। ଥରେ ସେ ତାଙ୍କ ମହଲରେ ବୁଲିଲା ବେଳେ ଦେଖିଲେ ତାଙ୍କର ଜଣେ ଚାକର ବହୁତ ଖୁସିରେ ଅଛି। ଆନନ୍ଦରେ ଘରେ କାମ କରୁଛି। ରାଜା ତାଙ୍କୁ ଦେଖି ଚିନ୍ତିତ ହୋଇଗଲେ। ଭାବିଲେ ମୁଁ ରାଜା ହୋଇ ଯେତିକି ଖୁସିରେ ନାହିଁ ସେ ଚାକର ହୋଇ ସେତିକି ଖୁସିରେ କେମିତି ଅଛି। ରାଣୀଙ୍କୁ ମଧ୍ୟ ରାଜା ଏ ବିଷୟରେ କହିଲେ। ରାଣୀ କହିଲେ ସେ ଏଥିପାଇଁ ଖୁସି ଅଛି କାରଣ ସେ ୯୯ କ୍ଲବରେ ନାହିଁ। ରାଜା କହିଲେ ୯୯ କ୍ଲବ୍‌ କ’ଣ?

ରାଣୀ କହିଲେ ମୋତେ ଗୋଟିଏ ଦିନ ସମୟ ଦିଅ ମୁଁ ମୁଝେଇ ଦେବି। ରାଣୀ ସେହିଦିନ ରାତିରେ ତାଙ୍କ ସେନାପତିଙ୍କୁ ଡାକିଲେ। କହିଲେ ୯୯ଟି ସ୍ୱର୍ଣ୍ଣ ମୁଦ୍ରା ସେ ଚାକରର ଘର ଆଗରେ କେହି ନଥିଲା ବେଳେ ରାତିରେ ରଖି ଆସିବ।

ସକାଳେ ଯେତେବେଳେ ଚାକରର ସ୍ତ୍ରୀ ବାହାରକୁ ଆସିଲା ସେତେବେଳେ ଦେଖିଲା ଯେ ଘର ଆଗରେ ୯୯ଟି ସ୍ୱର୍ଣ୍ଣମୁଦ୍ରା ପଡ଼ିଛି। ସେ ଖୁସିରେ ପାଗଳ ହୋଇଗଲା। ତୁରନ୍ତ ସ୍ୱାମୀଙ୍କୁ ଡାକିଲା।

ହେଲେ ୯୯କୁ ନେଇ ସେମାନଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା। ଭଗବାନ ଯଦି ଦେଲେ ତାହେଲେ ୧୦୦ ଦେଇଥାନ୍ତେ। ୯୯ କାଇଁ ଦେଲେ। ଏକଥା ଭାବି ସେମାନଙ୍କ ମୁହଁରୁ ହସ ଉଭେଇ ଗଲା। ସେମାନେ ସେହି ଗୋଟିଏ ମୁଦ୍ରାକୁ ଖୋଜିବାକୁ ଲାଗିଲେ। ଦୁଇ ୩ ଦିନ ପରେ ପୁଣି ସେହି ଚାକରକୁ ରାଜା ଦେଖିଲେ। ସେତେବେଳେ କିନ୍ତୁ ଚାକର ମୁହଁରୁ ହସ ହଜି ଯାଇଥିଲା।

ଏ କଥା ପୁଣି ରାଜା ଯାଇ ରାଣୀଙ୍କୁ କହିଲେ। ରାଣୀ ସେତେବେଳେ କହିଲେ ସେ ୯୯ କ୍ଲବରେ ସାମିଲ ହୋଇଯାଇଛି। ଅର୍ଥାତ ଆମ ଜୀବନରେ ବହୁତ କିଛି ଅଛି। ହେଲେ ଆମେ ଦୁଃଖୀ ଏଥିପାଇଁ ଯାହା ଆମ ଜୀବନରେ ନାହିଁ। ଯାହା ନହେିଁ ଆମେ ତା’ ପଛରେ ଦୌଡ଼ି ଦୌଡ଼ି ନିଜ ଖୁସି ନଷ୍ଟ କରିଦେଉଛନ୍ତି। ଅଥଚ ଯାହା ଅଛି ଆମେ ସେଥିରେ ଖୁସି ହେଉନାହାନ୍ତି। ତେଣୁ ଖୁସି ରହିବା ପାଇଁ ହେଲେ ଆମ ପାଖରେ ଯାହା ଅଛି ସେଥିରେ ହିଁ ଆମକୁ ସନ୍ତୁଷ୍ଟ ହେବାକୁ ପଡ଼ିବ। ଖୁସିରେ ରହିବାକୁ ପଡ଼ିବ।

ଆକାଶ ଦାସ ନାୟକ ନେତା ଓ ଅଭିନେତାର ଭୂମିକା ସହିତ ଆକାଶ ନିଜକୁ ସମାଜସେବା କ୍ଷେତ୍ରରେ ଯୋଡ଼ିଛନ୍ତି। ଯୁବପିଢ଼ିଙ୍କ ସହ ଡିଜିଟାଲି ସିଧାସଳଖ ଯୋଡ଼ି ହେବା ପାଇଁ ଆକାଶ ନିଜର ଏକ ୟୁଟ୍ୟବ୍‌ ଚ୍ୟାନେଲ ଖୋଲିଛନ୍ତି, ଯାହାର ନାଁ ରହିଛି ‘ଆକାଶ ଇନସ୍ପାୟର୍ସ’। ଏହା ମାଧ୍ୟମରେ ସେ ଯବୁପିଢ଼ିଙ୍କୁ ଜୀବନରେ ଆଗକୁ ବଢ଼ିବା ପାଇଁ ତଥା ବିଭିନ୍ନ ସମସ୍ୟାକୁ ସେମାନେ କେମିତି ସାମ୍ନା କରିବେ ସେନେଇ ଟିପ୍ସ ଦେଉଛନ୍ତି।

Comment