ଓଡ଼ିଶାଲାଇଭ୍‌ ବ୍ୟୁରୋ

Nobel laureate Abhijit Banerjee meets PM Modi

ଅର୍ଥନୀତିରେ ନୋବେଲ ପୁରସ୍କାର ଲାଭ କରିଥିବା ଅଭିଜିତ ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିଛନ୍ତି। ‘ବିଶ୍ୱ ଦାରିଦ୍ର୍ୟ ଦୂରୀକରଣର ପ୍ରୟୋଗ’ ଉପରେ ବାନାର୍ଜୀ ଏ ବର୍ଷର ନୋବେଲ ପୁରସ୍କାର ପାଇଛନ୍ତି। ବାନାର୍ଜୀଙ୍କୁ ଭେଟିଥିଲେ ବୋଲି ନିଜେ ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ଟୁଇଟରେ କହିଛନ୍ତି ଯେ, ମାନବିକ ସଶକ୍ତିକରଣ ପାଇଁ ଅଭିଜିତ ବାନାର୍ଜୀଙ୍କ ଭୀଷଣ ଅନୁରକ୍ତି ରହିଛି। ଆମେ ବିଭିନ୍ନ ବିଷୟ ଉପରେ ବ୍ୟାପକ ଓ ସୁସ୍ଥ ଚର୍ଚ୍ଚା କରିଥିଲୁ। ତାଙ୍କର ଏହି ସଫଳତା ପାଇଁ ଭାରତ ଗର୍ବିତ। ତାଙ୍କର ଭବିଷ୍ୟତ କାର୍ଯ୍ୟ ପାଇଁ ମୁଁ ଶୁଭେଚ୍ଛା ଜଣାଉଛି।

ଉଲ୍ଲେଖଯୋଗ୍ୟ ଯେ, ବାନାର୍ଜୀଙ୍କ ପତ୍ନୀ ଏସ୍ତେୟ ଡିପ୍ଲୋ ଓ ମାଇକେଲ କ୍ରେମର ମିଳିତ ଭାବେ ଏବର୍ଷ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ପାଇଛନ୍ତି।

Comment