ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ କମ୍ୟୁନିଟି ରେଡିଓ ୯୦.୪ ପକ୍ଷରୁ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ୟୁନିସେଫ୍ ଏବଂ ୟଙ୍ଗ ଇଣ୍ଡିଆ ସହଯୋଗରେ ଆୟୋଜିତ ଦ୍ୱିତୀୟ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମରେ ସୋଆର ସାମାଜିକ ଅନୁଷ୍ଠାନ “ଜାଗୋ”ର କୁନି କୁନି ପିଲାମାନେ ମଧ୍ୟ ସାମିଲ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଭିନ୍ନକ୍ଷମ ଆୟୋଗର ଅଧ୍ୟକ୍ଷା ଶ୍ରୀମତି ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇପାରୁ ନଥିବା ପିଲାଙ୍କ ମୁହଁରେ ଟିକିଏ ହସ ଆଣିବା ପାଇଁ ସମସ୍ତେ ପ୍ରୟାସ କରିବା ଆବଶ୍ୟକ।

ସେହିପରି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମାନସିକ ରୋଗ ବିଭାଗର ମୁଖ୍ୟ ଡକ୍ଟର ସୁରଜିତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଯୁବପିଢ଼ିଙ୍କୁ କିଭଳି ସୋସିଆଲ୍ ମିଡିଆ ପ୍ରଭାବିତ କରୁଛି ସେ ଦିଗରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଛୋଟଛୋଟ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ପୂର୍ବରୁ ସଚେତନତା ସୃଷ୍ଟି କରିବା ନେଇ ସୋଆ ରେଡିଓ ପକ୍ଷରୁ ବିଭିନ୍ନ ବସ୍ତିରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।

Comment