ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ଶୁଣାଣି ଶେଷ ହୋଇଛି। ତେବେ ଏହି ରାୟ ପୂର୍ବରୁ ଦେଶର ବିଭିନ୍ନ ଅଞ୍ଚଳ ସହ ଜମ୍ମୁ କଶ୍ମୀର, ଅଯୋଧ୍ୟା ଓ ସୁପ୍ରିମକୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା।

ସାରା ଦେଶରେ ଆଲର୍ଟ

ଅଯୋଧ୍ୟାର ରାୟ ଆସିବା ପୂର୍ବରୁ, ଦେଶରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆଲର୍ଟ କରାଯାଇଥିଲା। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଉତ୍ତେଜନା ମୂଳକ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଥିଲା।

କଡ଼ା ସୁରକ୍ଷା ଭିତରେ ଅଯୋଧ୍ୟା

ରାମ ମନ୍ଦିର ନିର୍ମାଣ ରାୟ ଆସିବାର ଦୁଇ ଦିନ ପୂର୍ବରୁ ଅଯୋଧ୍ୟାରେ ପ୍ରାୟ ୪ ହଜାରରୁ ଅଧିକ ପାରାମିଲିଟାରୀ ଫୋର୍ସ ମୂତୟନ ହୋଇଛନ୍ତି ଏହାସହ ୩୦ଟି ବମ୍ ସ୍କ୍ୱାର୍ଡ ମଧ୍ୟ ଅଯୋଧ୍ୟାକୁ ପଠାଯାଇଛି। ଉତ୍ତର ପ୍ରଦେଶ, ଜମ୍ମୁ କଶ୍ମୀର ଓ ଗୋଆରେ ଧାରା-୧୪୪ ଲାଗୁ କରି ଦିଆଯାଇଛି। ଏମିତିକି ୪ଜଣରୁ ଅଧିକ ଲୋକ ଏକାଠି ହେବା ଉପରେ ବ୍ୟାନ୍ ଲଗାଯାଇଛି।

ସୋସିଆଲ୍ ମିଡିଆରେ ଉପରେ ନଜର

ଏହି ସମୟରେ ଦେଶର ସମସ୍ତ ସୋସିଆଲ୍ ମିଡିଆ ଆକାଉଣ୍ଟ ଉପରେ ନଜର ରଖାଯାଇଛି। ଯଦି କୌଣସି ବ୍ୟକ୍ତି ସୋସିଆଲ୍ ମିଡିଆରେ ଏହି ବିଷୟକୁ ନେଇ ଉତ୍ତେଜନାପୂର୍ଣ୍ଣ ପୋଷ୍ଟ କରେ ତେବେ ଜାତୀୟ ସୁରକ୍ଷା ଆଇନ୍ ଅନୁସାରେ ତାଙ୍କୁ ଗିରଫ ମଧ୍ୟ କରାଯାଇପାରିବ। ଏପରିକି ଉତ୍ତରପ୍ରଦେଶର କେତେକ ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି।

ବିଭିନ୍ନ ରାଜ୍ୟରେ ସ୍କୁଲ, କଲେଜ୍ ବନ୍ଦ

ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଦେଶର ଅନେକ ରାଜ୍ୟରେ ସ୍କୁଲ,କଲେଜ ଆଦିକୁ ବନ୍ଦ କରିଦିଆଯାଇଛି। ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଦିଲ୍ଲୀ, ଜମ୍ମୁ କଶ୍ମୀର, ଉତ୍ତର ପ୍ରଦେଶରେ ସୋମବାର ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଛି। ଏହାସହ ଉତ୍ତର ପ୍ରଦେଶ ଓ ଜମ୍ମୁ କଶ୍ମୀରରେ ୯ ତାରିଖ ଓ ୧୦ ତାରିଖ ସମସ୍ତ ମଦଦୋକାନକୁ ବନ୍ଦ କରିଦିଆଯାଇଛି।

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ z+ ସୁରକ୍ଷା

ଅଯୋଧ୍ୟା ମାମଲାର ରାୟ ଦେଇଥିବା ପାଞ୍ଚ ଜଣ ଜଜଙ୍କ ଦିଲ୍ଲୀ ବାସଭବନକୁ କଡ଼ା ସୁରକ୍ଷା ଭିତରେ ରଖାଯାଇଛି। ଏପରିକି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗାଗୋଇଙ୍କୁ z+ ସୁରକ୍ଷା ପ୍ରଦାନ କରାଯାଉଛି।

ଲୋକଙ୍କ ଉପରେ ନଜର ରଖିଛି ଡ୍ରୋନ୍

ପରିସ୍ଥିତି ବିଗିଡ଼ିବା ଅନୁମାନ କରି ଉତ୍ତର ପ୍ରଦେଶ ଓ ମୁମ୍ବାଇର ଅନେକ ସ୍ଥାନରେ ଡ୍ରୋନ୍ କ୍ୟାମେରାକୁ ଛଡ଼ା ଯାଇଛି। ଏହି ଦୁଇ ରାଜ୍ୟରେ ପାଖାପାଖି ୫ହଜାର ଡ୍ରୋନ୍ କ୍ୟାମେରା ଲୋକଙ୍କ ଉପରେ ନଜର ରଖିଛନ୍ତି।

Comment