ଓଡ଼ିଶାଲାଇଭ୍ ବ୍ୟୁରୋ

ଅବସରପରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କୁ ମିଳିବ z+ ସୁରକ୍ଷା। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

୧୭ ତାରିଖରେ ଜଷ୍ଟିସ୍ ରଞ୍ଜନ ଗୋଗୋଇ ଅବସର ନେବାକୁ ଯାଉଛନ୍ତି। ଅବସର ନେବା ପରେ ଗୋଗୋଇ ଆସାମରେ ରହିବେ ବୋଲି ଶୁଣାଯାଉଛି। ଏଥିପାଇଁ ତାଙ୍କ ପୈତୃକ ବାସଭବନ ଦିବ୍ରୁଗଡ଼ ଓ ଗୌହାଟିରେ ଥିବା ତାଙ୍କର ଆଉ ଗୋଟିଏ ଘରର ସୁରକ୍ଷା ବ୍ୟବସ୍ଥା ବଢ଼ାଇଦିଆଯାଇଛି।

ଗତ ନଭେମ୍ବର ୯ ତାରିଖରେ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ଖଣ୍ଡପୀଠ ଅଯୋଧ୍ୟା ମାମଲାର ରାୟ ଶୁଣାଇଥିଲେ। ଏହାପରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ହେତୁ ତାଙ୍କର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିଲା। ଏହି z+ ସୁରକ୍ଷା ଦେଶର କେତେକ ସ୍ୱତନ୍ତ୍ର ବ୍ୟକ୍ତିମାନଙ୍କୁ ପ୍ରଦାନ କରାଯାଇଥାଏ।

Comment