ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ନେଟ୍‌ଫ୍ଲିକ୍ସରେ ‘ବାର୍ଡ ଅଫ୍‌ ବ୍ଲଡ୍‌’ ସିରିଜ୍‌ରେ କାମ କରି ପ୍ରଶଂସା ସାଉଁଟିବା ପରେ ଏବେ ବଲିଉଡ୍‌କୁ ଫେରିଛନ୍ତି ଅଭିନେତା ଇମ୍‌ରାନ୍‌ ହସ୍‌ମି। ନିକଟରେ ଇମ୍‌ରାନ୍‌ଙ୍କ ସସ୍‌ପେନ୍ସ ଥ୍ରୀଲର ଫିଲ୍ମ ‘ଦ ବଡି’ର ଟ୍ରେଲର ରିଲିଜ ହୋଇଛି। ଏହି ଫିଲ୍ମରେ ଇମ୍‌ରାନ୍‌ଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ବଶିଷ୍ଟ ଅଭିନେତା ରିଷି କପୁର।

ରିଷି କପୁର-ଇମ୍‌ରାନ ହସ୍‌ମିଙ୍କ ବ୍ୟତୀତ ଏହି ଫିଲ୍ମରେ ଅଭିନେତ୍ରୀ ବେଦିକା ଏବଂ ଶୋଭିତା ଧୂଲିପାଲା ମଧ୍ୟ ନଜର ଆସିବେ। ଫିଲ୍ମ ଦ୍ରିସ୍ୟମ୍‌ର ନିର୍ଦ୍ଦେଶକ ଜିତୁ ଜୋସେଫ୍‌ ‘ଦ ବଡି’କୁ ଡାଇରେକ୍ଟ କରିଥିବା ବେଳେ ସୁନିର ଖେତରପାଲ ଏହାକୁ ପ୍ରଡ୍ୟୁସ୍‌ କରିଛନ୍ତି।

ଫିଲ୍ମର ଟ୍ରେଲରରେ ରିଷି କପୁର ଏବଂ ଇମ୍‌ରାନ ହସ୍‌ମିଙ୍କୁ ଜବରଦସ୍ତ ଭୂମିକାରେ ଦେଖିବାକୁ ମିଳିଛି। ଉଭୟଙ୍କ ଅଭିନୟକୁ ଦର୍ଶକମାନେ ବେଶ୍‌ ପ୍ରଶଂସା କରିଛନ୍ତି। ମର୍ଡର ମିଷ୍ଟ୍ରୀ, ରୋମାନ୍ସ ଏବଂ ସସ୍‌ପେନ୍ସ ଭରା ଏହି ଫିଲ୍ମର ଟ୍ରେଲରକୁ ଦର୍ଶକ ବେଶ୍‌ ପସନ୍ଦ କରିଥିବା ବେଳେ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ଆସନ୍ତା ଡିସେମ୍ବର ୧୩ରେ ଫିଲ୍ମ ‘ଦ ବଡି’ ରିଲିଜ ହେବ।

Comment