ଓଡ଼ିଶାଲାଇଭ୍ ବ୍ୟୁରୋ

ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ର ଆର୍‌ଜେ ଶବ୍‌ନମ୍‌ ଶିରିନ୍ ରେଡିଓ ମାଧ୍ୟମରେ ସାମାଜିକ କ୍ଷେତ୍ରର ବିକାଶରେ ତାଙ୍କର ଅବଦାନ ନିମନ୍ତେ ଶ୍ରେଷ୍ଠ ଯୁବ ରିପୋର୍ଟର୍ ଭାବେ ସମ୍ମାନିତ ହୋଇଛନ୍ତି।

ସାମାଜିକ ସଂଗଠନ ୟଙ୍ଗ ଇଣ୍ଡିଆ ଓ ୟୁନିସେଫର ମିଳିତ ସହଯୋଗରେ ଏକ ବର୍ଷବ୍ୟାପୀ “କମ୍ୟୁନିଟି ରେଡିଓ ମାଧ୍ୟମରେ ଯୁବ ସଂପ୍ରଦାୟର ସଶକ୍ତୀକରଣ” କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ଆର୍‌ଜେ ସବ୍‌ନମ୍ ଙ୍କୁ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି।

ବାଲ୍ୟ ବିବାହ, ଶିଶୁମାନଙ୍କର ପୋଷଣ ଓ ଟୀକାକରଣ, କିଶୋର ବୟସରେ ସ୍ୱାସ୍ଥ୍ୟ ଚର୍ଚ୍ଚା ଓ ରକ୍ତହୀନତା, ପୁଷ୍ଟିକର ଖାଦ୍ୟ, ହିଂସାରୁ ଶିଶୁମାନଙ୍କୁ ରକ୍ଷା କରିବା, ବିଦ୍ୟାଳୟ ଛାଡ଼ି ଚାଲିଯାଉଥିବା  ଶିଶୁମାନଙ୍କ ବିଷୟରେ ତଥା ସ୍ୱାସ୍ଥ୍ୟରକ୍ଷା ଓ ପରିଚ୍ଛନ୍ନତା ବିଷୟରେ ଜନସଚେତନା ସୃଷ୍ଟି ନିମନ୍ତେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ୟୁନିସେଫର ଓଡ଼ିଶା ମୁଖ୍ୟ ମନିକା ନେଲସନ୍, ବିଶିଷ୍ଟ ସାମ୍ବାଦିକ ସନ୍ଦୀପ ସାହୁ, ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ସାନ୍ତନୁ ରଥ, କଟକ ଆକାଶବାଣୀର ବାର୍ତା ସମ୍ପାଦିକା ଇତିଶ୍ରୀ ସିଂହ ରାଠୋର, କମ୍ୟୁନିଟି ରେଡିଓ ଆସୋସିଏସନ, ଓଡ଼ିଶାର ସଭାପତି ଡକ୍ଟର ଶିଶିର ଦାସ, କମ୍ୟୁନିଟି ରେଡିଓ ଆସୋସିଏସନ ଅଫ୍ ଇଣ୍ଡିଆର ସଭାପତି ଏନ୍.ଏ.ଶାହ ଆନ୍ସାରୀ ଓ ୟୁନିସେଫର ଯୋଗାଯୋଗ ବିଶେଷଜ୍ଞ ଶ୍ରୀମତି ଲୋପାମୁଦ୍ରା ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Comment