ଓଡ଼ିଶାଲାଇଭ ବ୍ୟୁରୋ

ଅକ୍ଟୋବର ମାସରେ ତିନିଟି ପର୍ଯ୍ୟାୟରେ ରାଜ୍ୟ ସରକାର ଡାକିଥିବା ଖଣି ନିଲାମ ଟେଣ୍ଡର୍‌କୁ ବାତିଲ୍‌ କରିଛନ୍ତି। ଏହି ସବୁ ଖଣିର ସାନି ନିଲାମ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।

ଗତ ଅକ୍ଟୋବର ୪ରୁ ଖଣି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଅକ୍ଟୋବର ୪, ୧୪ ଓ ୧୮ରେ ୪୦ଟି ଖଣିରେ ନବୀକରଣ ଲାଗି ନିଲାମ ଡକାଯାଇଥିଲା।। ଏହି ନିଲାମ ପ୍ରକ୍ରିୟାରେ କିଛି ତ୍ରୁଟି ଥିବା ଅଭିଯୋଗ ଆସିବା ପରେ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି।

ଗତ ୩୦ ତାରିଖରେ ବୈଷୟିକ ମୂଲ୍ୟାୟନ କମିଟି ଓ ଉଚ୍ଚ ସ୍ତରୀୟ କମିଟି ବୈଠକ ଡାକି ଅଭିଯୋଗର ସମୀକ୍ଷା କରିଥିଲେ। ଏଥିରେ ୩ଟି ଯାକ ନିଲାମ ପ୍ରକ୍ରିୟା ବାତିଲ କରିବା ପାଇଁ ସରକାରଙ୍କୁ ସୁପାରିଶ କରାଯାଇଥିଲା। ଆସନ୍ତା ୬ ତାରିଖରେ ପୁଣି ୨୦ଟି ଖଣି ନିଲାମ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ନିଲାମ ପାଇଁ ଏଥିରେ କିଛି ନୂଆ ସର୍ତ୍ତ ରଖାଯିବ। ଏ ସମସ୍ତ ନିଲାମ ପ୍ରକ୍ରିୟା ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଶେଷହେବ ବୋଲି ଖଣି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Comment