ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ୪ ଅଭିଯୁକ୍ତ ଯେଉଁଭଳି ଜଘନ୍ୟ ଭାବେ ଦୁଷ୍କର୍ମ କରି ହତ୍ୟା କରିଥିଲେ ଆଜି ତାହାର ଠିକ ପ୍ରତିଶୋଧ ପୋଲିସ ନେଇଛି ବୋଲି ସାରାଦେଶରେ ଚର୍ଚ୍ଚା ହେଉଛି। ଦେଶବ୍ୟାପୀ ହାଇଦ୍ରାବାଦ ପୋଲିସଙ୍କୁ ପ୍ରଂଶସା କରାଯାଉଛି।

ପୋଲିସ ଉପରକୁ ସାଧାରଣ ଲୋକେ ଫୁଲ ପକାଇବା ସହ ହାଇଦ୍ରବାଦ ପୋଲିସ ଜିନ୍ଦାବାଦ ଜିନ୍ଦାବାଦ ବୋଲି ନାରା ଦେଇଛନ୍ତି।

ଆସନ୍ତୁ ଜାଣିବା କେଉଁ ପରିସ୍ଥିତିରେ ପୋଲିସ କଲା ଏନକାଉଣ୍ଟର?

 ମହିଳା ଡାକ୍ତରଙ୍କୁ ସାଦନଗର ଚେତନାପଲିରେ ଦୁଷ୍କର୍ମ କରି ପୋଡ଼ି ଦିଆଯାଇଥିଲା। ଶୁକ୍ରବାର ସକାଳୁ ସ୍ପଟ ଇନକ୍ୱାରୀ ପାଇଁ ୪ ଅଭିଯୁକ୍ତଙ୍କୁ ସେହିସ୍ଥାନକୁ ନେଇଥିଲା ପୋଲିସ୍‌। ଘଟଣାସ୍ଥଳରେ ଅଭଯୁକ୍ତମାନେ ପୋଲିସଠାରୁ ବନ୍ଧୁକ ଛଡ଼ାଇ ଗୁଳିମାଡ଼ କରି ଖସି ପଳାଇବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ ଧରିବା ଉଦ୍ୟମ ଫେଲ ହେବାରୁ ପୋଲିସ ବାଧ୍ୟ ହୋଇ ଗୁଳି କରିଥିଲା। ଫଳରେ ଘଟଣାସ୍ଥଳରେ ୪ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିଲା।

 ନଭେମ୍ବର ୨୭ ତାରିଖ ରାତିରେ ଏନ୍‌ଏଚ୍‌ ୪୪ରେ ୨୬ ବର୍ଷୀୟ ଭେଟେନାରୀ ମହିଳା ଡାକ୍ତରଙ୍କୁ ୪ ଜଣ ଯୁବକ ସାହାଯ୍ୟ କରିବା ନାଁରେ ଗଣଦୁଷ୍କର୍ମ କରିବା ପରେ ପୋଡ଼ି ମାରି ଦେଇଥିଲେ। ଏହାପର ଦିନ ତାଙ୍କ ମୃତଦେହ ମିଳିଥିଲା। ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।  ତୁରନ୍ତ ଏହି ଘଟଣାର ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମଗ୍ର ଦେଶରେ ଉତ୍ତେଜନା ଦେଖାଯାଇଥିଲା।

Comment