ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

  • ଦ୍ୱାଦଶ ଯାଏଁ ପାଠ ପଢ଼ିଛନ୍ତି ବିରାଟ
  • ଇକୋନମିକ୍ସରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ଅନୁଷ୍କା
  • ପାଠ ସହ ମଡେଲିଂ ଉପରେ ଦେଉଥିଲେ ଫୋକସ୍‌

ଭାରତୀୟ କ୍ରିକେଟ ଟିମ୍‌ର କ୍ୟାପଟେନ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ ପରେ ଉଭୟଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା। ଏହାପରେ ଉଭୟଙ୍କ ଶିକ୍ଷାଗତ ଯୋଗ୍ୟତାର ଖୁଲାସା ହୋଇଥିଲା।

ବିରାଟ ଦ୍ୱାଦଶ ଶ୍ରେଣୀ ଯାଏଁ ପାଠ ପଢ଼ିଥିବା ବେଳେ ଅନୁଷ୍କା ଇକୋନମିକ୍ସରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି।

ବିରାଟ କୋହଲି ନୂଆଦିଲ୍ଲୀର ବିଶାଲ ଭାରତୀ ପବ୍ଲିକ ସ୍କୁଲରେ ଦ୍ୱାଦଶ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି। ଏହାପରେ ୧୯୯୮ରୁ ବିରାଟ କ୍ରିକେଟ ଉପରେ ଅଧିକ ଫୋକସ୍ ଦେଇଥିଲେ। ଏଥିପାଇଁ ସେ ୱେଷ୍ଟ ଦିଲ୍ଲୀର କ୍ରିକେଟ ଏକାଡେମୀକୁ ଚାଲି ଆସିଥିଲେ। ବିରାଟ ସ୍କୁଲରେ ଭଲ ଛାତ୍ର ଥିଲେ ବୋଲି ତାଙ୍କ ଶିକ୍ଷକ ଏବେ ବି ଗ୍ରହଣ କରୁଛନ୍ତି।

ବିରାଟଙ୍କ ସ୍ତ୍ରୀ ଅନୁଷ୍କା ଇକୋନମିକ୍ସରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ଅନୁଷ୍କା ପାଠ ପଢ଼ୁଥିଲା ବେଳେ ମଡେଲିଂ କରୁଥିଲେ।

Comment