ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତାକାଲିଠୁ ୨ଦିନ ଭୁବନେଶ୍ଵର, କଟକ, କେନ୍ଦ୍ରାପଡ଼ା ଓ ଢେଙ୍କାନାଳର କିଛି ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ।

ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତାକାଲିଠାରୁ ଦୁଇଦିନ ବିଦ୍ୟୁତ ସେବା ବନ୍ଦ ରହିବ। କୌଣସି ଜରୁରିକାଳୀନ କାର୍ଯ୍ୟ ଯୋଗୁଁ ବିଦ୍ୟୁତ କାଟ୍‌ କରାଯିବ। ଏନେଇ ସେସୁ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଭୁବନେଶ୍ଵର, କଟକ, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ବିଦ୍ୟୁତ ସେବା ଦୁଇଦିନ ବନ୍ଦ ରହିବ।

ନଭେମ୍ଵର ୧୭

ଭୁବନେଶ୍ଵରର ସାମନ୍ତରାପୁର, ଗ୍ୟାରେଜ ଛକ, ମଞ୍ଚେଶ୍ଵର, ଭିଏସ୍‌ଏସ୍‌ ନଗର, ଚକେଇସିଆଣି, ଶ୍ରୀବିହାର, ଡମଣା ଓ ସିଆର୍‌ପିଏଫ୍‌ କ୍ୟାମ୍ପସ ଅଞ୍ଚଳଗୁଡ଼ିକରେ ସକାଳ ୭ଟାରୁ ଦିନ ୧୨ଟା ଯାଏଁ ବିଦ୍ୟୁତ ସେବା ବନ୍ଦ ରହିବ। ସକାଳ ୯ଟାରୁ ଦିନ ୧ଟାଏ ପର୍ଯ୍ୟନ୍ତ କେସୁରା, କୋରଦାକାନ୍ତ, ମଙ୍ଗରାଜ ପଏଣ୍ଟ, ମହାଦେବ ନଗର ଜଗନ୍ନାଥ ନଗରରେ ବିଦ୍ୟୁତ କାଟ୍‌ ହେବ। ସେହିପରି ଭୁବନେଶ୍ଵର ଗ୍ରାମାଞ୍ଚଳରେ ଫୁଲନଖରା ଓ ନହରକଣକଣ୍ଟା ଅଞ୍ଚଳରେ ସକାଳ ୭ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ।

କଟକ ଗଣ୍ଡରପୁର ଅଞ୍ଚଳରେ ସକାଳ ୧୦ଟାରୁ ୧ଟାଏ ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ। ସେହିପରି ବହୁଗ୍ରାମ ଓ ନିଆଳି ଅଞ୍ଚଳରେ ସକାଳ ୮ଟାରୁ ଦିନ ୨ଟା ଓ ନଖରା ଶାଳଗାଁ ରେଳ ଷ୍ଟେସନ ଅଞ୍ଚଳରେ ସକାଳ ୧୦ଟାରୁ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ।

ଢେଙ୍କାନାଳ ସହରରେ ସକାଳ ୧୦ଟାରୁ ଦିନ ୧ଟାଏ ପର୍ଯ୍ୟନ୍ତ ବିଦ୍ୟୁତ କାଟ୍‌ ହେବ। ସେହିପରି ଭୁବନ ଓ କାଳିଆପାଣି ଅଞ୍ଚଳରେ ସକାଳ ୭ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ। କେନ୍ଦ୍ରାପଡ଼ା ପଟ୍ଟମୁଣ୍ଡାଇ ଅଞ୍ଚଳରେ ସକାଳ ୮ଟାରୁ ଅପରାହ୍‌ଣ ୫ଟା ଯାଏଁ ବିଦ୍ୟୁତ ବନ୍ଦ ରହିବ।

ନଭେମ୍ଵର ୧୮

ଭୁବନେଶ୍ଵରର ଝାରପଡ଼ା, ଲକ୍ଷ୍ମୀସାଗର, ପ୍ରାଚୀବିହାର, ପଳାଶୁଣି ଏନ୍‌ଇ କଲୋନୀ, ସାମନ୍ତରାପୁର ଓ ଶିଶୁପାଳ ଅଞ୍ଚଳରେ ସକାଳ ୯ଟାରୁ ଦିନ ୨ଟା ଯାଏଁ ବିଦ୍ୟୁତ କାଟ୍‌ ହେବ। ସେହିପରି କଳ୍ପନା, ବିଜେବି ନଗର, ଶବର ସାହି ସାହି ଅଞ୍ଚଳରେ ସକାଳ ୧୦ଟାରୁ ଅପରାହ୍‌ଣ ୪ଟା ଯାଏଁ ବିଦ୍ୟୁତ ସେବା ବନ୍ଦ ରହିବ।

କଟକ ସିଡିଏ ଅଞ୍ଚଳରେ ସକାଳ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ। ସେହିପରି ସକାଳ ୧୦ଟାରୁ ଦିନ ୧ଟାଏ ଯାଏଁ ଗଣ୍ଡରପର, ଶିଖରପୁର ଓ ଚାଉଳିଆଗଞ୍ଜ ଅଞ୍ଚଳରେ ବିଦ୍ୟୁତ କାଟ୍‌ ହେବ। କଟକ ଗ୍ରାମାଞ୍ଚଳରେ ଆଠଗଡ଼, କାନପୁର, ଗୋବିନ୍ଦପୁର ସକାଳ ୭ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ।

ଢେଙ୍କାନାଳର ବାଇସିଙ୍ଗା, ଜିରିଡାମାଳି, କାନପୁର, କାମାକ୍ଷାନଗର, ମଠକରଗୋଳା, ହିନ୍ଦୋଳ ରୋଡ୍‌, ଗୋନ୍ଦିଆ, ଜୋରନ୍ଦା ଓ ନିହାଳପ୍ରସାଦ ଅଞ୍ଚଳରେ ସକାଳ ୮ଟାରୁ ୧ଟାଏ ଯାଏଁ ବିଦ୍ୟୁତ କାଟ୍‌ ହେବ। ସେହିପରି ସପ୍ତଶଯ୍ୟା ଓ ଭାପୁର ଅଞ୍ଚଳରେ ସକାଳ ୧୦ଟାରୁ ୪ଟା ଯାଏଁ ବିଦ୍ୟୁତ ସେବା ବନ୍ଦ ରହିବ।

Comment