ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୦୮ରେ ଜୟପୁରରେ ହୋଇଥିବା ବମ୍‌ ବ୍ଲାଷ୍ଟରେ ମୁଖ୍ୟ ଦୋଷୀ ସୈଫୁର ରେହମାନକୁ ଫାଶୀ ଦଣ୍ଡାଦେଶ ହୋଇଛି। ଏଥିରେ ଅନ୍ୟ ତିନିଜଣ ଦୋଷୀଙ୍କୁ ଆଜୀବନ ଜେଲ୍‌ ହୋଇଛି। ଅନ୍ୟ ତିନିଜଣ ହେଲେ ସରବର ଆଜମି, ସଲମାନ, ମହମ୍ମଦ ସୈଫ।

ଡିସେମ୍ଵର ୧୮ ତାରିଖରେ ଜୟପୁରର ଏକ ସ୍ଵତନ୍ତ୍ର କୋର୍ଟ ଏହି ମାମଲାରେ ୪ ଜଣଙ୍କୁ ଦୋଷୀ ଘୋଷଣା କରିଥିଲେ। ୫ ଜଣଙ୍କୁ ଏହି ମାମଲାରେ କୋର୍ଟରେ ହାଜର କରାଯାଇଥିଲା। ଏଥିରୁ ଜଣେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଛଡ଼ା ଯାଇଥିଲା। ଏମାନଙ୍କ ମଧ୍ୟରୁ ଅନ୍ୟ ୩ଜଣ ଏଯାଏଁ ଧରା ପଡ଼ିନାହାନ୍ତି। ସମସ୍ତ ଦୋଷୀ ଉତ୍ତରପ୍ରଦେଶର।

୨୦୦୮ ମାର୍ଚ୍ଚ ୧୩ରେ ରାଜସ୍ଥାନର ରାଜଧାନୀ ଜୟପୁରରେ ସିରିୟଲ ବୋମା ବିସ୍ଫୋରଣ ହୋଇଥିଲା। ଜୟପୁରର ଅଲଗା ଅଲଗା ଜାଗାରେ ଲଗାତାର ବିସ୍ଫୋରଣ ହୋଇଥିଲା। ଫଳରେ ପୂରା ସହର ଦୋହଲି ଯାଇଥିଲା। ଏଥିରେ ୭୧ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ ୧୭୬ ଜଣ ଆହତ ହୋଇଥିଲେ।

ଏହି ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ରାଜସ୍ଥାନ ପୋଲିସ। ସେହିପରି ହାଇଦ୍ରାବାଦ ପୋଲିସ ଏହି ମାମଲାରେ ଜଡ଼ିତ ଥିବା ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଦିଲ୍ଲୀ ପୋଲିସ ଜଣଙ୍କୁ ଗିରଫ କରିଥିଲା।

Comment