ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ଶୀତଦିନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଜରୁରୀ ହୋଇଥାଏ। କାରଣ ଏହି ଦିନରେ ସଠିକ୍‌ ଖାଦ୍ୟ ନ ଖାଇଲେ ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟା ହେବାର ଆଶଙ୍କା ଅଧିକ ଥାଏ। ଶୀତଦିନେ ଘିଅ ସେବନ କଲେ ମିଳିଥାଏ ଏହି ଫାଇଦା।

ଶୀତଦିନରେ ଦେଶୀ ଘିଅ ସେବନ କରିବା ସ୍ଵାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ଦେଶୀ ଘିଅ ଖାଇବା ମସ୍ତିଷ୍କ ପାଇଁ ହିତ ହୋଇଥାଏ।

ଦେଶୀ ଘିଅ ପାଚନକ୍ରିୟାକୁ ଠିକ୍ ରଖିଥାଏ। ଏହା ଖାଦ୍ୟ ହଜମ କରିବା ସହ ପେଟ ସମସ୍ୟାର ସମାଧାନ କରିଥାଏ। ଡାଲି ତଥା ରୁଟିରେ ୧ ଚାମଚ ଏବଂ କ୍ଷୀରରେ ୨ ଚାମଚ ଘିଅ ସେବନ କଲେ, ଏହା ଆପଣଙ୍କୁ ସମସ୍ତ ପ୍ରକାର ରୋଗରୁ ମୁକ୍ତ ରଖିବ।

ଦେଶୀ ଘିଅରେ କପର୍ ଓ ଆଇରନ୍ ପ୍ରଚୁର ମାତ୍ରାରେ ରହିଥାଏ। ଏହା ଶରୀରରେ ରକ୍ତାଭାବ ବା ଏନିମିଆ ରୋଗ ସମସ୍ୟାକୁ ଦୂର କରିଥାଏ। ଏହାସହିତ ରୋଗ ପ୍ରତିରୋଧକ ଶକ୍ତି ବି ବୃଦ୍ଧି କରିଥାଏ।

ଘିଅ ଭିଟାମିନ୍- ଇ, ଭିଟାମିନ୍-ଡି, ଭିଟାମିନ୍-ଏ ଏବଂ ଭିଟାମିନ୍ – କେ ଭରି ରହିଛି। ଏଥିରେ ଥିବା ଏକପ୍ରକାର ତତ୍ୱ ଦୃଷ୍ଟିଶକ୍ତି ପ୍ରଖର କରିଥାଏ।

୧ ଚାମଚ ଦେଶୀ ଘିଅରେ ୧୧୫ ଗ୍ରାମ୍ କ୍ୟାଲେରୀ ତଥା ୧୪.୯ ଗ୍ରାମ୍ ଫ୍ୟାଟ୍ ରହିଛି। ଏହବ୍ୟତୀତ ଦେଶୀ ଘିଅରେ କ୍ୟାଲସିୟମ୍ ପରିମାଣ ଅଧିକ ଥାଏ, ଯାହା ହାଡ଼କୁ ସୁଦୃଢ଼ କରେ।

Comment