ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଖେଇ ଆସୁଛି ଜାନୁଆରି ୨୨। ଏହି ଦିନ ଦିଆଯିବ ନିର୍ଭୟା ଦୋଷୀଙ୍କୁ ଫାଶୀ। ସେଥିପାଇଁ ତିହାର ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ୪ ଦୋଷୀଙ୍କ ବେକ ମାପ ତିହାର ଜେଲ ପକ୍ଷରୁ ନିଆଯାଇଥିବା ସୂଚନା ମିଳିଛି। ଏହି ମାପ ହିସାବରେ ୪ ଜଣ ଦୋଷୀଙ୍କ ପାଇଁ ଫାଶୀର ଦଉଡି ପ୍ରସ୍ତୁତ କରାଯିବ। ଏଥିସହିତ ଦୋଷୀଙ୍କର ଉଚ୍ଚତା ଓ ଓଜନ ମଧ୍ୟ ମପାଯାଇଛି। ଫାଶୀ ପାଇଁ ଏହି ସବୁ କାର୍ଯ୍ୟ ଚାଲିଥିଲା ବେଳେ ଚାରି ଜଣ ଦୋଷୀ କାନ୍ଦିଥିବା ଜଣାପଡ଼ିଛି।

ଏହି ୪ ଦୋଷୀଙ୍କ ମଧ୍ୟରୁ ଜଣେ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଛନ୍ତି। ତେଣୁ ଆଇନବ୍ୟବସ୍ଥାକୁ ପାଳନ କରି ସୁପ୍ରିମକୋର୍ଟ ଆସନ୍ତା ୧୪ ତାରିଖରେ ଏହି କ୍ୟୁରେଟିଭ୍ ପିଟିସନ୍ ଉପରେ ଶୁଣାଣି କରିବେ।

ଜାନୁଆରି ୭ ତାରିଖରେ ନିର୍ଭୟା ଦୋଷୀଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି ହୋଇଥିଲା।

Comment