ଓଡ଼ିଶାଲାଇଭ୍‌ ବ୍ୟୁରୋ

ପବିତ୍ର ମକର ସଂକ୍ରାନ୍ତି ଅବସରରେ ଗୁଜୁରାଟରେ ଅନ୍ତର୍ଜାତୀୟ ଗୁଡ଼ି ଉତ୍ସବ ଧୁମଧାମରେ ଚାଲିଛି। ଜାନୁଆରି ୧୧ରୁ ସାବରବତୀ ନଦୀ କୂଳରେ ଏହି ଉତ୍ସବ ଆରମ୍ଭ ହୋଇଛି।

ଏହି ମହୋତ୍ସବରେ ଭଳିକି ଭଳି ଓ ରଙ୍ଗ ବେରଙ୍ଗର ଗୁଡ଼ିରେ ଆକାଶ ପୂରା ରଙ୍ଗୀନ ହୋଇ ଉଠେ। ଗୁଡ଼ି ଉଡ଼ାଇବାକୁ ଭଲ ପାଉଥିବା ଲୋକ ଓ ଦେଖିବାକୁ ଭଲ ପାଉଥିବା ଲୋକ ଏହି ମହୋତ୍ସବରେ ସାମିଲ ହୋଇଥାନ୍ତି। ପ୍ରତିବର୍ଷ ଦେଶ ବିଦେଶରୁ ଅନେକ ଲୋକ ନୂଆ ଓ ନିଆରା  ଗୁଡ଼ି ଧରି ଏହି ଉତ୍ସବରେ ଭାଗ ନେଇଥାନ୍ତି। ସିଙ୍ଗାପୁର, ଅଷ୍ଟ୍ରେଲିଆ, ସ୍ୱିଜରଲାଣ୍ଡରୁ ମଧ୍ୟ ଲୋକେ ଏହି ଉତ୍ସବରେ ଭାଗ ନେଇଥାନ୍ତି।

  • ୧୯୮୯ ମସିହାରୁ ଏହି ଉତ୍ସବ ଆରମ୍ଭ ହୋଇଥିଲା। ସେବେଠୁ ପ୍ରତିବର୍ଷ ଏହି ଉତ୍ସବର ଆୟୋଜନ ହୋଇ ଆସୁଛି।
  • ପ୍ରତିବର୍ଷ ମକର ସଂକ୍ରାନ୍ତି ପୂର୍ବରୁ ଏହି ଉତ୍ସବ ଆରମ୍ଭ ହୋଇ ସଂକ୍ରାନ୍ତି ଦିନରେ ସରେ।
  • ଏହି ଉତ୍ସବରେ ସବୁଠୁ ଆକର୍ଷଣୀୟ ଗୁଡ଼ି ଉଡ଼ାଇଥିବା ବ୍ୟକ୍ତିଙ୍କ ସମ୍ମାନିତ ମଧ୍ୟ କରାଯାଇଥାଏ।
  • ଗୁଜୁରାଟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ଏହି ଉତ୍ସବର ଆୟୋଜନ ହୋଇଥାଏ।

Comment