ଓଡ଼ିଶାଲାଇଭ୍‌ ବୁରୋ

୭୨ତମ ସେନା ଦିବସରେ ଦଲ୍ଲୀର ଛାଓ୍ୱନୀ କରିଅପ୍ପା ପରେଡ୍‌ ମଇଦାନରେ ଆୟୋଜିତ ପରେଡ୍‌ର ନେତୃତ୍ୱ ନେଇଥିଲେ କ୍ୟାପଟେନ ତାନ୍ୟା ସରଗିଲ୍‌। ତାନ୍ୟା ଦେଶର ପ୍ରଥମ ମହିଳା ଯିଏ ଆଜି ପରେଡର ନେତୃତ୍ୱ ନେଇଥିଲେ। ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ କଥା..

ତାନ୍ୟା ସେନାର ସିଗନାଲ୍ସ କୋରରେ କ୍ୟାପଟେନ ଅଛନ୍ତି।

ପଞ୍ଜାବରେ ଜନ୍ମିତ ତାନ୍ୟା ତାଙ୍କ ପରିବାରର ଚତୁର୍ଥ ପିଢ଼ି ଯିଏ ସେନାରେ ନିୟୋଜିତ ହୋଇ ଦେଶ ସେବା କରୁଛନ୍ତି।

ତାନ୍ୟା ଇଲେକଟ୍ରୋନିକ୍ସ ଓ କମ୍ୟୁନେକେସନରେ ବିଟେକ୍‌ କରିଛନ୍ତି।

ଜାନୁଆରି ୨୬, ଗଣତନ୍ତ୍ର ଦିବସରେ ମଧ୍ୟ ପରେଡର ନେତୃତ୍ୱ ନେବେ ତାନ୍ୟା।

ତାନ୍ୟାଙ୍କ ପୂର୍ବରୁ ଗଣତନ୍ତ୍ର ଦିବସରେ ମହିଳା ଅଧିକାରୀ ଭାବେ ଗତବର୍ଷ କ୍ୟାପଟେନ ଭାବନା କସ୍ତୁରୀ ପରେଡର ନେତୃତ୍ୱ ନେଇଥିଲେ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/EtOfChgnkW29Y1l4hxTuDp

Comment