ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧନ୍ଦାମୂଳକ ଶିକ୍ଷା ପୁଣି ଥରେ ଆରମ୍ଭ କରିବା ପାଇଁ ଓଡ଼ିଶା ସରକାର ଚିନ୍ତା କରିଛନ୍ତି। ରାଜ୍ୟର ସବୁ ହାଇସ୍କୁଲରେ ଏହା ପ୍ରଚଳନ କରାଯିବ। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ କହିବା ଅନୁଯାୟୀ ତାଙ୍କ ବିଭାଗ ଏନେଇ ଶିକ୍ଷା ବିଶେଷଜ୍ଞ ଓ ୨୦ଟି ରାଜ୍ୟର ପ୍ରତିନିଧିଙ୍କ ସହ ଆଲୋଚନା କରିବ।

କାଠ କାମଠାରୁ ଆରମ୍ଭ କରି ମେକାନିକ ପର୍ଯ୍ୟନ୍ତ ପିଲାଏ  ସବୁକିଛି ଏହି  ଧନ୍ଦାମୂଳକ ଶିକ୍ଷା ଜରିଆରେ ଶିଖିପାରିବେ।
ମନ୍ତ୍ରୀ କହିଛନ୍ତି ବିଶେଷ କରି ବଜାରର ଚାହିଦା ରହିଥିବା ଧନ୍ଦା ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ତାଙ୍କ ବିଭାଗ ସ୍ଥିର କରିଛି। ଏଥିରୁ ପିଲାମାନଙ୍କ ଆବଶ୍ୟକତା ଓ ଆଗ୍ରହ ସମ୍ପର୍କରେ ମଧ୍ୟ  ଜାଣିହେବ ବୋଲି ସେ କହିଛନ୍ତି।

ବର୍ତ୍ତମାନ ୩୧୪ଟି ବଛାବଛା ସ୍କୁଲରେ ୬ଟି ଟ୍ରେଡ଼ରେ ପିଲାଙ୍କୁ ଏହି ଶିକ୍ଷା ଦିଆ ଯାଉଛି। ଏହାକୁ ତୃତୀୟ ବିଷୟ ହିସାବରେ ନିଆଯାଉଛି ଓ ଏଥିପାଇଁ ୧୦୦ ନମ୍ବର ରଖାଯାଇଛି।

ନୂଆ ଜାତୀୟ ଶିକ୍ଷା ନୀତି ଧନ୍ଦାମୂଳକ ଶିକ୍ଷା ଉପରେ ଜୋର ଦେଉଥିବା କାରଣରୁ ଓଡ଼ିଶା ସରକାର ଏହା ପୁନର୍ବାର ଚାଲୁ କରିବେ। ଯାହା ଫଳରେ କି ଯୁବକମାନେ ଭବିଷ୍ୟତରେ ରୋଜଗାରକ୍ଷମ ହୋଇପାରିବେ।

Comment