ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁସ୍ଥ ରହିବା ପାଇଁ ଜଣେ ବ୍ୟକ୍ତି ପ୍ରତ୍ୟେକ ଦିନ ଅତିକମ୍‌ରେ ୨ ଲିଟର ପାଣି ପିଇବା ଆବଶ୍ୟକ। ପ୍ରତ୍ୟେକ ଦିନ ପାଣି ପିଇବା ଯେତେ ଗୁରୁତ୍ୱପୂର୍ଣ୍ଣ, ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି କେତେ ବେଳେ ପାଣି ପିଇବେ?

ସକାଳୁ ଉଠିବା ପରେ

ସକାଳେ ବିଛଣା ଛାଡ଼ିବା ପରେ ଗୋଟିଏ ଗ୍ଲାସ୍‌ ପାଣି ପିଅନ୍ତୁ। ଏହା ଆପଣଙ୍କୁ ଦିନସାରା ଫ୍ରେଶ୍‌ ରହିବା ପାଇଁ ଶକ୍ତି ଯୋଗାଇଥାଏ। ହାଲ୍‌କା ଉଷୁମ୍ ବା ନଖ ଉଷୁମ୍ ପାଣି ପିଇଲେ ଅଧିକ ଭଲ।

 ଖାଇବା ପୂର୍ବରୁ

ଖାଇବାର କିଛି ସମୟ ପୂର୍ବରୁ ପାଣି ପିଅନ୍ତୁ। ଏହାଦ୍ୱାରା ଆପଣଙ୍କ ପେଟ ଭର୍ତ୍ତି ହେଲା ଭଳି ଲାଗିବ ଓ ଆପଣଙ୍କୁ ଅଧିକ ଖାଇବାକୁ ଇଚ୍ଛା ହେବ ନାହିଁ। ଆହୁରି ମଧ୍ୟ ଖାଦ୍ୟ ଖାଇବାର ୩୦ ମିନିଟ୍‌ ପୂର୍ବରୁ ଗୋଟିଏ ଗ୍ଲାସ୍‌ ପାଣି ପିଇଲେ ଏହା ଆପଣଙ୍କର ସ୍ୱାଦ ଗ୍ରନ୍ଥିକୁ ଖୋଲିଥାଏ।

ୱାର୍କଆଉଟ୍‌ ପୂର୍ବରୁ ଓ ପରେ

ଡିହାଇଡ୍ରେସନ୍‌ରୁ ଶରୀରକୁ ରକ୍ଷା କରିବା ପାଇଁ ୱାର୍କ ଆଉଟ୍‌ ପୂର୍ବରୁ ଓ ପରେ ପାଣି ପିଅନ୍ତୁ। ଏହି ସମୟରେ ଅଧିକ ଝାଳ ବାହାରୁ ଥିବାରୁ ପାଣି ପିଇବା ଦ୍ୱାରା ଶରୀରରେ ଜଳୀୟଅଂଶର ସନ୍ତୁଳନ ଠିକ୍‌ ରହିଥାଏ। ୱାର୍କଆଉଟ୍ ପୂର୍ବରୁ ଗୋଟିଏ ଗ୍ଲାସ୍ ପାଇ ପିଇଲେ ଚଳିବ। ତେବେ ମନେ ରଖନ୍ତୁ, ୱାର୍କଆଉଟ୍ ପରେ ଝାଳ ବାହାରୁଥିବା ସମୟରେ ପାଣି ପିଅନ୍ତୁ ନାହିଁ।

Comment