ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନରେ ସାଂଘାତିକ ରୂପ ନେଉଛି କୋରୋନା ଭାଇରସ। ଏହି ଭାଇରସ ଯୋଗୁଁ ଏଯାଏଁ ଚୀନରେ ୧୦୬ ଜଣଙ୍କ ଜୀବନ ଗଲାଣି।

୩ ହଜାରରୁ ଅଧିକ ଲୋକ ଏହି ଭୂତାଣୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଚୀନରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩ ଶହ ଜଣଙ୍କ ନିକଟରେ କୋରୋନା ଭାଇରସ ଚିହ୍ନଟ ହୋଇଛି।

କୋରୋନା ଯୋଗଁ ଚୀନର ଚିନ୍ତା ବଢ଼ିଛି। ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡୋସ ଉଧୈନୋମ ଗ୍ରେବ୍ରୋୟସ ଚୀନରେ ପହଞ୍ଚିଛନ୍ତି। ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଚୀନ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି।ଚୀନରେ ଭୟଙ୍କର ରୂପ ନେଇଥିବାରୁ ଭାରତ, ଥାଇଲାଣ୍ଡ, ନେପାଳ, ଆମେରିକା, ତାଇୱାନ, ଭିଏତନାମ, ସିଙ୍ଗାପୁରରେ ସତର୍କତା ଜାରି କରାଯାଇଛି। ଭାଇରସକୁ ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି।

Comment