ଓଡ଼ିଶାଲାଇଭ୍‌ ବ୍ୟୁରୋ

କେରଳରେ ପୁଣି ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ କେକେ ଶୈଳଜା ସୂଚନା ଦେଇଛନ୍ତି।

ପୂର୍ବରୁ ୨ଜଣଙ୍କ ନମୁନା ପଜେଟିଭ୍‌ ଆସିଥିଲା ବେଳେ ଏବେ ଏହି ତୃତୀୟ ବ୍ୟକ୍ତିଙ୍କ ନମୁନା ମଧ୍ୟ ପଜେଟିଭ୍‌ ଆସିଛି। ସେ କଞ୍ଜନଗଡ଼ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।

ସଂପୃକ୍ତ ବ୍ୟକ୍ତି ଜଣକ ଗତ କିଛିଦିନ ତଳେ ଚୀନର ଉହାନ ସହରରୁ ଫେରିଥିଲେ। ସେଠାରୁ ଆସିବା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ନମୁନା ପରୀକ୍ଷା ହେବା ପରେ ରିପୋର୍ଟ ପଜେଟିଭ୍‌ ଆସିଛି।

Comment