ଓଡ଼ିଶାଲାଇଭ୍ ବ୍ୟୁରୋ

ମୁମ୍ବାଇରେ ଅଦିନିଆ ରଥଯାତ୍ରାକୁ ନେଇ ଓଡ଼ିଶାରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସୋମବାର ଏନେଇ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ନିଜର ପ୍ରତିକ୍ରିୟା ରଖିଛନ୍ତି।

ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି, “ଏହି ଖବର ସରକାରଙ୍କ ନଜରରେ ରହିଛି। ଖୁବଶୀଘ୍ର ଏନେଇ ପଦକ୍ଷେପ ଗ୍ରହଣ କରାଯିବ। ଜଗନ୍ନାଥ ସଂସ୍କୃତି ପ୍ରତି ଏ ଘଟଣା କୁଠାରଘାତ।”ସେହିପରି ପୂର୍ବତନ ପୁରୀ ବିଧାୟକ ମହେଶ୍ୱର ମହାନ୍ତି କହିଛନ୍ତି ଯେ ଏବେ ଇସ୍କନକୁ ତାଗିଦ୍ କରିବାର ବେଳ ଆସିଛି। ଶ୍ରୀମନ୍ଦିର ପ୍ରଶାସନ ଏନେଇ ଇସ୍କନକୁ ନୋଟିସ୍ କରୁ। ସମସ୍ତ ଜଗନ୍ନାଥ ପ୍ରେମୀ ଏହାକୁ ବିରୋଧ କରିବା ଉଚିତ୍ ବୋଲି ସେ କହିଛନ୍ତି।

ଜାନୁଆରି ୩୦ ତାରିଖରେ ମୁମ୍ବାଇରେ ଅଦିନିଆ ରଥଯାତ୍ରା ଆୟୋଜନ କରାଯାଇଥିଲା। ଏହାକୁ ଓଡ଼ିଶାର ଜଗନ୍ନାଥପ୍ରେମୀମାନେ ବିରୋଧ କରିଛନ୍ତି।

Comment