ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୟାଭୟ ରୂପ ନେଉଛି କୋରୋନା ଭାଇରସ୍‌। ଏହି ଭୂତାଣୁ ଯୋଗୁଁ ଚୀନରେ ମୃତ୍ୟୁ ସଂଖ୍ୟା ୫୬୩କୁ ବୃଦ୍ଧି ପାଇଛି। ୨୮, ୦୧୮ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଚୀନ୍ ଦେଶରୁ ଫେରିଥିବା ଯାତ୍ରୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ସୂଚନା ଜାରି କରାଯାଇଛି।

ସର୍ଦ୍ଦି, ଜ୍ୱର, କାଶ, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଇତ୍ୟାଦି କୋରୋନା ଭୂତାଣୁର ଳକ୍ଷଣ ହୋଇପାରେ।

ଯଦି ଆପଣ ଗତ ୧୪ ଦିନ ମଧ୍ୟରେ ଚୀନ ଦେଶ ଗସ୍ତ କରିଥିବେ ବା କୋରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବେ ତେବେ ମୁହଁ ଓ ନାକକୁ ଘୋଡ଼ାଇ ରଖନ୍ତୁ।

ଚୀନ ଫେରିବାର ୧୪ ଦିନ ପର୍ଯ୍ୟନ୍ତ ଘର ଭିତରେ ଏକୁଟିଆ ରହନ୍ତୁ।

ପରିବାରର ଅନ୍ୟ ସଦସ୍ୟଙ୍କ ସହ ମିଳାମିଶା କମ୍‌ କରନ୍ତୁ ଏବଂ ଅତିଥିଙ୍କଠାରୁ ଦୂରେଇ ରହନ୍ତୁ।

କାଶ, ଛିଙ୍କ ସମୟରେ ମୁହଁ ଓ ନାକକୁ ରୁମାଲରେ ଘୋଡ଼ାଇ ରଖନ୍ତୁ।

ସର୍ଦ୍ଦି ବା ଫ୍ଲୁ ଭଳି ଲକ୍ଷଣ ଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରହନ୍ତୁ।

କାଶିବା, ଛିଙ୍କିବା ପରେ ହାତକୁ ସାବୁନରେ ଧୁଅନ୍ତୁ। ଖାଦ୍ୟ ପ୍ରସ୍ତୁତି ପୂର୍ବରୁ ଓ ପରେ ହାତକୁ ଧୁଅନ୍ତୁ। ଖାଇବା ପୂର୍ବରୁ , ହାତ ମଇଳା ହେଲେ, ଶୌଚ ପରେ, ପ୍ରାଣୀଙ୍କ ସଂସ୍ପର୍ଶରେ ଆସିଲେ ହାତକୁ ସାବୁନରେ ଭଲ ଭାବରେ ଧୁଅନ୍ତୁ।

Comment