ଓଡ଼ିଶାଲାଇଭ୍ ବ୍ୟୁରୋ

କୋରୋନା ଭାଇରସ୍ ପାଇଁ ଏବେ ଲୋକମାନଙ୍କୁ ସଚେତନ କରୁଛନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଶୁକ୍ରବାର ସ୍କୁଲ ପିଲାଙ୍କ ପାଇଁ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି। ସ୍କୁଲରେ ପିଲାମାନେ ଏଣିକି ସାନିଟାଇଜରରେ ହାତ ଧୋଇବା ସହ ରୁମାଲ ଦେଇ କାଶିବେ ଓ ଛିଙ୍କିବେ ବୋଲି କୁହାଯାଇଛି।

ଗାଇଡଲାଇନରେ କୁହାଯାଇଛି ଯେ କୋରୋନା ଭାଇରସର ମୁକାବିଲା ପାଇଁ ସ୍କୁଲରେ ପିଲାମାନଙ୍କ ହାତ ସାନିଟାଇଜରରେ ଧୁଆଯିବ। ଏଥିସହିତ ସେମାନେ କାଶିବା ଓ ଛିଙ୍କିବା ସମୟରେ ରୁମାଲର ବ୍ୟବହାର କରିବେ। ସ୍କୁଲର ପ୍ରାର୍ଥନା କ୍ଲାସରେ ଏନେଇ ପିଲାମାନଙ୍କୁ ସୂଚନା ଦିଆଯିବ।

ଏହାକୁ ବିଇଓ ଓ ଡିଇଓ ଅନୁଧ୍ୟାନ କରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏଥିସହିତ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ କେହି ବି କୋରୋନା ରୋଗୀ ନାହାନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Comment