ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନ। ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବାଚସ୍ପତିଙ୍କ ରୁଲିଂକୁ ବିରୋଧ କରି ବିରୋଧୀ ହଟ୍ଟଗୋଳ କରିଥଲେ। ଫଳରେ  ଗୋଟିଏ ମିନିଟ ବି ଗୃହ ଚାଲିପାରିନଥିଲା।

ଗତକାଲି ଗୃହର ଅଫିସର ଗ୍ୟାଲେରିରେ ଅଫିସର ଉପସ୍ଥିତ ନଥିଲେ। ଏନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନୀପତି ପ୍ରଶ୍ନ ଉଠାଇଥିଲେ। ଏହାକୁ ନେଇ ଗୃହରେ ହଙ୍ଗାମା ହୋଇଥିଲା। ଫଳରେ ବିଧାନସଭାର ମଧ୍ୟଭାଗକୁ ବିରୋଧୀ ଆସିଲେ ଗଣମାଧ୍ୟମ ଖବର ପ୍ରସାରଣ କରିପାରିବେ ନାହିଁ। ବିଧାୟକଙ୍କ ବିରୋଧକୁ ଗଣମାଧ୍ୟମ ଦେଖାଇପାରିବନି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ ଦେଇଥିଲେ। ଏହି ରୁଲିଂକୁ ବାଚସ୍ପତି ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ।

Comment