ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କଦଳୀ ଚାଷକୁ ଗୁରୁତ୍ୱ ଦିଆଯିବ। ବିଶେଷ କରି ୭ ଟି ଜିଲ୍ଲା ତଥା ଦେବଗଡ଼, ଅନୁଗୁଳ, ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, ଝାରସୁଗୁଡ଼ାରେ କଦଳୀ ଚାଷକୁ ପ୍ରାଧାନ୍ୟ ଦିଆଯିବ। ବୁଧବାର ବିଧାନସଭାରେ ଏହି କଥା କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ।

କୃଷିମନ୍ତ୍ରୀ ଅରୁଣ ସାହଙ୍କୁ କହିବା ଅନୁସାରେ କଦଳୀ ପାଇଁ ଓଡ଼ିଶା ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରୁଛି। ଯଦି ରାଜ୍ୟରେ କଦଳୀ ଚାଷକୁ ଗୁରୁତ୍ୱ ଦିଆଯାଏ ତେବେ ଆଉ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବନି।

ସେହିପରି ରାଜ୍ୟରେ ଏବେ ବାର୍ଷିକ ୪ ଲକ୍ଷ ୮ ହଜାର ମେଟ୍ରିକ ଟନ କଦଳୀ ଉତ୍ପାଦନ ହେଉଛି। କଦଳୀ ଚାଷ ପାଇଁ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଉଛି। ହେକ୍ଟର ପ୍ରତି ୪୦ ହଜାର ୯୮୫ ଟଙ୍କା ଦିଆଯାଉଛି ବୋଲି କହିଛନ୍ତି କୃଷିମନ୍ତ୍ରୀ।

Comment