ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଜଣେ ଜଣାଶୁଣା ଲୋକପ୍ରିୟ ଅଭିାନତା ହେଲେ ଟାଇଗର ଶ୍ରଫ୍‌। ବଲିଉଡ ଅଭିନେତା ଜ୍ୟାକି ଶ୍ରଫ ଏବଂ ଆୟେଶା ଶ୍ରଫଙ୍କ ପୁଅ ଟାଇଗର ଅଳ୍ପ ବୟସରେ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ନୃତ୍ୟ ଓ ଆକ୍ସନ ଶୈଳୀ ବଲିଉଡର ଅନେକ ବଡ଼ ବଡ଼ କଳାକାରଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ତାଙ୍କ ଅଭିନୟ ଓ ଡ୍ୟାନ୍ସ ଦର୍ଶକଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି ତାଙ୍କ ନାଁ ମଧ୍ୟ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଆପଣ ଜାଣିଛନ୍ତି କି ଜ୍ୟାକି ଶ୍ରଫ୍‌ ତାଙ୍କ ପୁଅର ନାଁ କାହିଁକି ଟାଇଗର ରଖିଥିଲେ?

ଟାଇଗର ବାସ୍ତବ ଜୀବନରେ ସେ ସମ୍ପୂର୍ଣ୍ଣ ଶାନ୍ତ ରହିବାକୁ ପସନ୍ଦ କରନ୍ତି। ଟାଇଗର ଶ୍ରଫଙ୍କ ପ୍ରକୃତ ନାଁ ହେଉଛି ହେମାନ୍ତ ଶ୍ରଫ। ପିଲା ବେଳେ ସେ ତାଙ୍କ ସାଙ୍ଗ ସାଥିଙ୍କୁ କାମୁଡ଼ା ଆମ୍ପୁଡ଼ା କରୁଥିଲେ ସେଥିପାଇଁ ତାଙ୍କ ବାପା ତାଙ୍କ ନାଁ ଟାଇଗର ରଖି ଦେଇଥିଲେ।

ଟାଇଗର ଶ୍ରଫ ମୁମ୍ବାଇରେ ଜନ୍ମ ହୋଇଥିଲେ। ଟାଇଗର ୨୦୧୪ରେ ସାଜିଦ ନାଦିଆଡୱାଲାଙ୍କ ଫିଲ୍ମ ‘ହେରୋପନ୍ତି’ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଟାଇଗର ଡ୍ୟାନ୍ସ କରିବାରେ ବେଶ ଆଗ୍ରହୀ ଥିଲେ। ମଦ୍ୟପାନ କି ସିଗାରେଟ ପିଇବା ଭଳି ଖରାପ ଅଭ୍ୟାସ ମଧ୍ୟ ତାଙ୍କର ନାହିଁ।

Comment