ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ବ୍ୟାପିଛି କୋରୋନା ଭାଇରସ। ବର୍ତ୍ତମାନ ସୁଦ୍ଧା ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮କୁ ବୃଦ୍ଧି ହୋଇଛି। ବୁଧବାର ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ପ୍ରଥମେ କେରଳରେ ୩ ଜଣ କୋରୋନା  ସନ୍ଦିଗ୍ଧଙ୍କ ରିପୋର୍ଟ ପଜେଟିଭ୍‌ ଆସିଥିଲା। ସେମାନେ ଏବେ ସୁସ୍ଥ ଅଛନ୍ତି। କେରଳ ପରେ ଦିଲ୍ଲୀରେ ଜଣେ ଓ ତେଲେଙ୍ଗାନାରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଇଟାଲିରୁ ଫେରିଥିବା ଆଗ୍ରାର ବ୍ୟକ୍ତିଙ୍କ ନମୁନା ପଜେଟିଭ୍‌ ଆସିଛି। ସେ ତାଙ୍କ ପରିବାରର ୬ ଜଣଙ୍କୁ ଆକ୍ରାନ୍ତ କରାଇଛନ୍ତି। ଏବେ ୧୬ ଜଣ ଇଟାଲିୟ ପର୍ଯ୍ୟଟକ କୋରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସହ ଥିବା ଜଣେ ଭାରତୀୟ ଡ୍ରାଇଭର ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଆଇଟିବିପି କ୍ୟାମ୍ପରେ ରଖାଯାଇଛି।

କୋରୋନା ଭାଇରସ ପାଇଁ ସ୍ୱଚ୍ଛତାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ସ୍ୱଚ୍ଛତା ସହ ଭିଡ଼ ସ୍ଥାନରୁ ଦୂରେଇ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Comment