ଓଡ଼ିଶାଲାଇଭ୍ ବ୍ୟୁରୋ

ଶରୀରରେ ଥିବା ଅଧିକ ଚର୍ବି କାଢ଼ିବାର ନୂତନ ପଦ୍ଧତି ଆରମ୍ଭ କରିଛି ସମ୍ ଅଲ୍ଟିମେଟ୍ ମେଡିକେୟାର୍‌। ଶୁକ୍ରବାର ହସ୍ପିଟାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ପାୱାର ଆସିଷ୍ଟେଡ୍ ଲିପୋସକ୍ସନ୍ ସର୍ଜରୀ କରାଯାଇଛି।

ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ସିନିୟର୍ କନ୍‌ସଲ୍‌ଣ୍ଟାଟ୍ ପ୍ରଫେସର ଡାକ୍ତର ଜୟନ୍ତ କୁମାର ଦାସ ଏହି ନୂତନ ପଦ୍ଧତିରେ ସର୍ଜରୀ କରି ସଫଳତା ଅର୍ଜନ କରିଛନ୍ତି। ସେ ପୁରୀର ଜଣେ ଯୁବକଙ୍କ ପାଖରେ ଏହି ଅସ୍ତ୍ରୋପଚାର କରି ତାଙ୍କ ଶରୀରରୁ ଏକ ଲିଟର ଚର୍ବି କାଢ଼ିଦେଇଛନ୍ତି। ଓଡ଼ିଶାରେ ପ୍ରଥମ ଥର ପାଇଁ ବହୁତ କମ୍ ଦାମରେ ଏହି ଅତ୍ୟାଧୁନିକ ପଦ୍ଧତିରେ ଚିକିତ୍ସା ଆରମ୍ଭ କରାଯାଇଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ମଣିଷ ଶରୀରର ହାତ, ଛାତି, ତଳିପେଟ, ଜଙ୍ଘ ଏବଂ ପଛ ଭାଗରେ ଅଧିକ ପରିମାଣର ଚର୍ବି ରହିଥାଏ। ଯାହାକି ମଣିଷର ଶରୀରକୁ ଅସୁନ୍ଦର କରିଥାଏ। ଏହି ପଦ୍ଧତିରେ ଚର୍ମ ତଳେ ଅସ୍ତ୍ରୋପଚାର କରାଯାଇ ଅତ୍ୟଧିକ ଚର୍ବିକୁ କଢ଼ାଯାଇପାରୁଛି। ଏହି ପଦ୍ଧତି ଦ୍ୱାରା ମଣିଷ ଶରୀରର ଆକାରରେ ପରିବର୍ତନ ହେବା ସହିତ ସୁନ୍ଦରତା ଫେରିପାରିଥାଏ।

ପୁରୁଷମାନଙ୍କ କ୍ଷେତ୍ରରେ ଏହାକୁ ଗାଏନାକୋମାଷ୍ଟିଆ ବୋଲି କୁହାଯାଇଥାଏ। ପୁରୁଷଙ୍କ ବକ୍ଷସ୍ଥଳରେ ଅଧିକ ଚର୍ବି ହେବା ଫଳରେ ସେମାନେ ଅଧିକାଂଶ ସମୟରେ ସଙ୍କୋଚ ଅନୁଭବ କରିଥାନ୍ତି। ଏହି ଅତ୍ୟାଧୁନିକ ସର୍ଜରୀ ସେମାନଙ୍କ ପାଇଁ ଲାଭଦାୟକ ହୋଇପାରିବ ବୋଲି ଡାକ୍ତର ଜୟନ୍ତ ଦାସ କହିଛନ୍ତି।

Comment