ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରୋନା ଓ ହୋଲିକୁ ନେଇ ପରାମର୍ଶ ଦେଇଛନ୍ତି ସୋଆର ନୂଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର।

“କେବଳ କୋରୋନା ନୁହେଁ ସାଧାରଣ ଥଣ୍ଡା, କାଶ ଓ ଛିଙ୍କ ହେଉଥିବା ଲୋକମାନେ ମଧ୍ୟ ହୋଲି ନଖେଳିବା ଉଚିତ୍। ଏପରି ହେଲେ ତାଙ୍କଠାରୁ ରୋଗ ମଧ୍ୟ ଅନ୍ୟମାନଙ୍କ ପାଖକୁ ବ୍ୟାପିବାର ସମ୍ଭାବନା ରହିଛି”, କହିଛନ୍ତି ସୋଆ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର।

ଯୋଡ଼ା ମୁଣ୍ଡ ଶିଶୁ ଜଗା କାଳିଆଙ୍କ ଚିକିତ୍ସା କରି ଚର୍ଚ୍ଚାକୁ ଆସିଥିବା ପ୍ରଫେସର ଅଶୋକ କୁମାର ହୋଲିକୁ ନେଇ ନିଜର ପରାମର୍ଶ ରଖିଛନ୍ତି। ସେ କହିଛନ୍ତି ଯେ, ଯଦି ଆପଣଙ୍କୁ ସାଧାରଣ ଥଣ୍ଡା, କାଶ ଓ ଛିଙ୍କ ହେଉଛି ତେବେ ଆପଣମାନେ ହୋଲି ଖେଳନ୍ତୁ ନାହିଁ।

ଏଥିସହିତ କୋରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଲୋକମାନେ ଭୟଭୀତ ନହେବାକୁ ସେ ପରାମର୍ଶ ଦେଇଛନ୍ତି। ସମସ୍ତେ ମିଶି କୋରୋନାକୁ ମୁକାବିଲା କଲେ ଏହାକୁ ରୋକାଯାଇପାରିବ ବୋଲି ସେ କହିଛନ୍ତି।

ସେହିପରି ହୋଲି ଖେଳିବା ସମୟରେ ରାସାୟନିକ ରଙ୍ଗଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ରଙ୍ଗଗୁଡ଼ିକ ଶରୀର ପାଇଁ କ୍ଷତିକାରକ ହେବା ସହିତ ଏହା ଦେହକୁ ଜୋଳାପୋଡ଼ା କରିଥାଏ ତେଣୁ ଏଭଳି ରଙ୍ଗଠାରୁ ଯଥାସମ୍ଭବ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

Comment