ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ମାର୍ଚ୍ଚ ୪ ତାରିଖ ବା ତା’ ପରଠାରୁ ବିଦେଶରୁ ଓଡ଼ିଶାକୁ ଆସୁଥିବା ସବୁ ବ୍ୟକ୍ତିଙ୍କ ପାଇଁ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ। ଏହି ରେଜିଷ୍ଟ୍ରେସନ ମାର୍ଚ୍ଚ ୧୭ରୁ ଆରମ୍ଭ ହୋଇଛି।

ଟୋଲ୍‌ ଫ୍ରି ନମ୍ବର ୧୦୪ କିମ୍ବା ରାଜ୍ୟ ସରକାରଙ୍କ ଅନଲାଇନ ପୋର୍ଟାଲ https://covid19.odisha.gov.in ରେ ରେଜିଷ୍ଟ୍ରସନ କରିପାରିବେ।

ଏଥିରେ ବ୍ୟକ୍ତି ନିଜର ନାମ, ଠିକଣା, ଇମେଲ ଓ ଫୋନ ନମ୍ବର ଉଲ୍ଲେଖ କରିବେ। ଯାହଫଳରେ ପରବର୍ତ୍ତୀ ସମୟରେ ସେମାନଙ୍କୁ ଟ୍ରାକିଙ୍ଗ କରାଯାଇପାରିବ।

  • ବିଦେଶରୁ ଆସିଥିବା ସବୁ ବ୍ୟକ୍ତି ପହଞ୍ଚିବାର ୨୪ ଘଣ୍ଟା ମଧ୍ୟରେ ରେଜିଷ୍ଟ୍ରେସନ୍‌ କରିବା ଜରୁରୀ।
  • ଓଡ଼ିଶା ଆସିବା ପୂର୍ବରୁ ଆଗୁଆ ରେଜିଷ୍ଟ୍ରେସନ ମଧ୍ୟ କରାଯାଇପାରିବ।
  • ପରିବାର ଓ ବନ୍ଧୁମାନେ ମଧ୍ୟ ବିଦେଶାଗତ ବ୍ୟକ୍ତିଙ୍କ ପାଇଁ ରେଜିଷ୍ଟ୍ରେସନ କରିପାରିବେ। ୨୦୨୦ ଏପ୍ରିଲ ୧୫ ଯାଏଁ ଏହି ରେଜିଷ୍ଟ୍ରେସନ ଜାରି ରହିବ।
  • ବିଦେଶରୁ ଫେରିଥିବା ସମସ୍ତ ବ୍ୟକ୍ତି ନିଜ ଘରେ ୧୪ ଦିନ ପର୍ଯ୍ୟନ୍ତ ଅଲଗା ରହିବା ପାଇଁ ଅନୁରୋଧ କରାଯାଇଛି।corona-virus-test

ସଂକ୍ରମଣ ରୋକିବା ପାଇଁ ପୃଥକବାସରେ ରହୁଥିବା ବିଦେଶାଗତ ବ୍ୟକ୍ତିମାନଙ୍କ ପାଇଁ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ଏବଂ ମାଗଣା ଡାକ୍ତରୀ ପରାମର୍ଶ ଘୋଷଣା କରାଯାଇଛି। ଯେଉଁ ବ୍ୟକ୍ତିମାନେ ଏଥିରେ ସହଯୋଗ ନକରିବେ ଭାରତୀୟ ପିଙ୍ଗଳକୋର୍ଡ ଏବଂ ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ ଦଣ୍ଡିତ ହେବେ।

ସୌଜନ୍ୟ: ସୂଚନା ଓ ଲୋକସମ୍ପର୍କ ବିଭାଗ (ଓଡ଼ିଶା ସରକାର)

Comment