ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ହିଁ ଏକମାତ୍ର ରାସ୍ତା। ଏହାକୁ ଲୋକେ ସଚେତନତାର ସହ ମାନୁଥିବାର କିଛି ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ରାସନ, ପରିବା କିଣିବା ବେଳେ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କଠାରୁ ୧ ମିଟର ଦୂରତା ରଖିଛନ୍ତି। ଏଥିପାଇଁ ବିଭିନ୍ନ ଗ୍ରୋସରି, ଫଳ ଦୋକାନ ଆଗରେ ଗୋଲେଇ ଗୋଲେଇ ଚିହ୍ନ ତିଆରି ହୋଇଛି। ଲୋକେମାନେ ସେହି ଗୋଲେଇରେ ଠିଆ ହୋଇ ଧାଡ଼ିରେ ସାମଗ୍ରୀ କିଣୁଛନ୍ତି। ପ୍ରତ୍ୟେକ ଲୋକ ମଧ୍ୟ ଏହାକୁ ପାଳନ କରୁଛନ୍ତି।

ଆଜି ରାଜଧାନୀର କେତେକ ଡେଲି ମାର୍ଟ ଓ ଫଳ ଦୋକାନରେ ଏଭଳି ଚିତ୍ର ଦେଖିବାକୁ ମିଳିଛି।

ମହାମାରୀ କରୋନା ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିଛି। ଏହାକୁ ମୁକାବିଲା କରିବା ପାଇଁ ସାମାଜିକ ଦୂରତା ହିଁ ରକ୍ଷା କରିପାରିବ। ଏଥିପାଇଁ ଲୋକେମାନେ ମଧ୍ୟ ନିଜ ନିଜ ଭିତରେ୧ ମିଟରର ଦୂରତା ରଖୁଛନ୍ତି।

Comment