ଓଡ଼ିଶାଲାଇଭ ବ୍ୟୁରୋ

ଚଳିତ ବର୍ଷ ଇଦ୍‌ରେ ଦୁଇ ବଡ ବଲିଉଡ ସୁପରଷ୍ଟାରଙ୍କ ମଧ୍ୟରେ ବକ୍ସ ଅଫିସରେ ଯୁଦ୍ଧ ପାଇଁ ଜୋରଦାର ପ୍ରସ୍ତୁତି ହୋଇଥିଲା। ଗୋଟିଏ ପଟେ ଇଦ୍‌ରେ ସଲମାନ ତାଙ୍କ ପ୍ରଶଂସକଙ୍କ ପାଇଁ ‘ରାଧେ’ ଆଣୁଥିଲା ବେଳେ ଖିଲାଡି ଖୁମାର ଅକ୍ଷୟ ‘ଲକ୍ଷ୍ମୀ ବମ୍‌’ ନେଇ ଆସିଥାନ୍ତେ। ହେଲେ ବର୍ତ୍ତମାନ ଲାଗୁଛି ଯେ ସଲମାନ ଏବଂ ଅକ୍ଷୟଙ୍କ ଏହି ଫିଲ୍ମଗୁଡ଼ିକ ହୁଏତ ଏହି ଇଦ୍ରେ ରିଲିଜ ହୋଇ ପାରିବ ନାହିଁ।

ସାଦାଦେଶ ଏବେ କରୋନା ଭାଇରସ ସହ ସଂଗ୍ରାମ କରୁଛି। ୨୧ ଦିନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଲକଡାଉନ ଘୋଷଣା କରିଛନ୍ତି। ଫଳରେ ଦେଶରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି। ଏମିତି ସ୍ଥିତିରେ ଇଦରେ ଯେ ଫିଲ୍ମ ରିଲିଜ ହେବ ତା’ ଭାବିବା ଭୁଲ।

Comment