ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସମ୍ପର୍କିତ ଦଶଟି ବଡ଼ ଖବର ଉପରେ ଆଖି ପକାନ୍ତୁ।

କରୋନା ମୁକାବିଲାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଗୌତମବୁଦ୍ଧ ନଗର ଜିଲ୍ଲାପାଳଙ୍କ ଭିତରେ କଥା କଟାକଟି। ଜିଲ୍ଲାପାଳ ଛୁଟିରେ ଗଲେ।

ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ କମ୍ପାନି ୫୦୦ କୋଟି ଦେଲା।

ଲକ୍‌ଡାଉନ୍‌ ସମୟରେ ଦିଲ୍ଲୀରେ ପିଲା ଅନ୍‌ଲାଇନରେ ପାଠ ପଢ଼ିବେ ବୋଲି ଘୋଷଣା କରିଛନ୍ତି କେଜରି ସରକାର।

ଗୋଟିଏ ଘଣ୍ଟାରେ କରୋନା ପରୀକ୍ଷା ସମ୍ଭବ ହୋଇପାରିବ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ନୂଆ ତରିକା ବାହାର କଲା।

କରୋନା କାରଣରୁ ବିଳମ୍ବିତ ୨୦୨୦ ଅଲିମ୍ପିକ୍ସର ନୂଆ ତାରିଖ ଜାରି ହେଲା। ୨୦୨୧ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ।

ହରିଆଣାରେ ଚଳିତ ୩୧ ତାରିଖରେ ଯେଉଁ ସରକାରୀ କର୍ମଚାରୀ ଅବସର ନେଇଥା’ନ୍ତେ ସେମାନଙ୍କୁ ଆଉ ଗୋଟିଏ ମାସର ମହଲତ।

କରୋନା ଯୁଦ୍ଧରେ ଲଢ଼ିବା ପାଇଁ ରାମଦେବଙ୍କ ପତଞ୍ଜଳି ସଂସ୍ଥା ପ୍ରଧାନମନ୍ତ୍ରୀ ପାଣ୍ଠିକୁ ଦେବ ୨୫ କୋଟି।

କରୋନା ଯୋଗୁଁ ବ୍ୟାଙ୍କ କାରବାରରେ ହେଉଥିବା ଅସୁବିଧାକୁ ଦେଖି ୱାଟ୍ସଆପରେ ଆରମ୍ଭ ହେଲା ବ୍ୟାଙ୍କ ସୁବିଧା। ICICI ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି।

କରୋନା ସଂକଟରୁ ମୁକ୍ତି ପାଇବା ପାଇଁ ଆମେରିକାରେ ପାର୍କରେ ବସୁଛି ହସ୍ପିଟାଲ। ନ୍ୟୁୟର୍କରେ ଟ୍ରକରେ ବୁହା ହେଉଛି ଶବ।

ଚୀନ ବିରୋଧରେ ନୂଆ ଅଭିଯୋଗ। ହୁବେଇରେ ୧୫୦୦ରୁ ଅଧିକ କରୋନା ଭାଇରସକୁ ଜମା କରି ରଖା ଯାଇଥିଲା।

Comment