ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁସ୍ଥ ହେଲେ ଓଡ଼ିଶାର ଦ୍ଵିତୀୟ କରୋନା ଆକ୍ରାନ୍ତ। ଏନେଇ ଟୁଇଟ୍‌ କରି ସୂଚନା ଦେଇଛି ଓଡ଼ିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ।

ଦ୍ୱିତୀୟ କରୋନା ଆକ୍ରାନ୍ତ ଏମ୍ସରେ ଚିକିତ୍ସିତ ହେଉଥିଲେ। ତାଙ୍କର କରୋନା ସାମ୍ପୁଲ ପରୀକ୍ଷା ପରେ ନେଗେଟିଭ୍‌ ବାହାରିଥିବାରୁ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି।

ମାର୍ଚ୍ଚ ୧୯ରେ ଏହି ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତାଙ୍କ ନମୁନା ପଜିଟିଭ୍‌ ଆସିବା ପରେ ତାଙ୍କୁ ଆଇସୋଲେସନ୍‌ରେ ରଖାଯାଇ ଚିକିତ୍ସା କରାଯାଉଥିଲା।

Comment