ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ସମ୍ପର୍କରେ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଗୁରୁବାର ସୁଦ୍ଧା ଜାଣନ୍ତୁ, କ’ଣ ରହିଛି କରୋନା ଅପଡେଟ୍?

ଓଡ଼ିଶାର କରୋନା ରିପୋର୍ଟ

  • ଓଡ଼ିଶାରେ ଚିହ୍ନଟ ହେଲେ ପଞ୍ଚମ କରୋନା ଆକ୍ରାନ୍ତ।
  • ରାଜ୍ୟରେ ୯୦୦ନମୁନାରୁ ପାଞ୍ଚଜଣ କରୋନା ପଜିଟିଭ୍।
  • ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ୨୧ ଜଣ ବ୍ୟକ୍ତି।
  • ୮୫ ଜଣ ଲୋକ ବର୍ତ୍ତମାନ ସୁଦ୍ଧା ଆଇସୋଲେସନରେ ଅଛନ୍ତି।
  • ଅନଲାଇନ୍ ପଞ୍ଜୀକରଣ ଲୋକଙ୍କ ସଂଖ୍ୟା ୧୫,୮୯୫କୁ ବୃଦ୍ଧି।
  • ତା’ ମଧ୍ୟରୁ ବିଦେଶ ଫେରନ୍ତାଙ୍କ ସଂଖ୍ୟା ହେଲା ୪୩୬୬ ଜଣ।

ବିଶ୍ୱ ଓ ଦେଶରେ କରୋନା

  • ବିଶ୍ୱର ୨୦୩ଟି ଦେଶ ଓ ୨ଟି ପାଣି ଜାହାଜ କରୋନା ଆକ୍ରାନ୍ତ।
  • ବିଶ୍ୱରେ ୯ ଲକ୍ଷ ୩୭ ହଜାର ୯୭୬ ଜଣ ଲୋକ କରୋନାରେ ଆକ୍ରାନ୍ତ।
  • ଏମାନଙ୍କ ମଧ୍ୟରୁ ୬,୯୫,୩୩୮ ଜଣ ସାମାନ୍ୟ ଆକ୍ରାନ୍ତ।
  • ବିଶ୍ୱରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୭, ୨୭୯କୁ ବୃଦ୍ଧି।
  • ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୬୫।
  • ଭାରତରେ କରୋନାରେ ମୃତ୍ୟୁବରଣ କଲେ ୫୦ ଜଣ ଲୋକ।

କୋଭିଡ୍ -୧୯ ହସ୍ପିଟାଲ

  • ରାଜ୍ୟର ଦୁଇଟି ସ୍ୱତନ୍ତ୍ର କରୋନା ହସ୍ପିଟାଲକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।
  • ଭୁବନେଶ୍ୱରର କିମ୍ସ ହସ୍ପିଟାଲ ଓ କଟକର ଅଶ୍ୱିନୀ ହସ୍ପିଟାଲରେ ସ୍ୱତନ୍ତ୍ର କରୋନା ବେଡ୍।
  • କିମ୍ସ ହସ୍ପିଟାଲରେ ୫୦୦ ଶର୍ଯ୍ୟା ଓ ଅଶ୍ୱିନୀ ହସ୍ପିଟାଲରେ ୧୫୦ ଶର୍ଯ୍ୟା ନିର୍ମାଣ।
  • ହସ୍ପିଟାଲରେ ରୋଗୀଙ୍କୁ ଖାଇବା, ଚିକିତ୍ସା ମାଗଣା ଯୋଗାଇବେ ରାଜ୍ୟ ସରକାର।
  • କରୋନା ଲକ୍ଷଣ ଦେଖାଗଲେ ୧୦୪ ନମ୍ବର ଡାଏଲ୍ କରନ୍ତୁ।

Comment