ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ସମସ୍ତେ ପିନ୍ଧିବେ ମାସ୍କ। ଘରୁ ପଦାକୁ ବାହାରିଲେ ସମସ୍ତେ ମାସ୍କ ପିନ୍ଧିବା ନେଇ ରାଜ୍ୟ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକଶ କରାଯାଇଛି। ଆସନ୍ତା ୯ ତାରିଖ ସକାଳ ୭ଟାରୁ ମାସ୍କ ପିନ୍ଧିବା ନିୟମ ରାଜ୍ୟରେ କଡ଼ାକଡ଼ି ଲାଗୁ ହେବ।

ମାସ୍କ ନଥିଲେ ମୁହଁରେ ଗାମୁଛା, ରୁମାଲ ଏବଂ ଓଢ଼ଣୀ ପକାଇ ବାହାରକୁ ବାହାରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ମୁହଁ ଓ ନାକ ଯେମିତି ଘୋଡାଇ ହୋଇ ରହିବ ସେଥିପ୍ରତି ଧ୍ୟାନ ଦେବାକୁ ସରକାର କହିଛନ୍ତି। ପରବର୍ତ୍ତି ନିର୍ଦ୍ଦେଶନାମା ନଆସିବା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ।

ସିଙ୍ଗଲ ୟୁଜ୍‌ ମାସ୍କ ଥରେ ବ୍ୟବହାର କରିବା ଉପରେ ଏହାକୁ କିପରି ସଠିକ୍‌ ଢଙ୍ଗରେ ନଷ୍ଟ କରାଯାଇ ପାରିବ ସେ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଏହାସହ ବାରମ୍ବାର ବ୍ୟବହାରଯୋଗ୍ୟ ମାସ୍କକୁ ପ୍ରତିଦିନ ଭଲଭାବେ ଧୋଇବା ସହ ଖରାରେ ପ୍ରାୟ ୫ ଘଣ୍ଟା ଶୁଖାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଯେଉଁ ମାସ୍କ ବ୍ୟବହାର କରୁଛନ୍ତି ତାକୁ ପରିବାରର ଅନ୍ୟ କେହି ବ୍ୟବହାର ନକରିବାକୁ ସରକାର ନିର୍ଦ୍ଦେଶନାମାରେ କହିଛନ୍ତି।

coronaଏନେଇ ସମସ୍ତ ଜିଲ୍ଲାପାଳ ଏବଂ ପୌର ଅଧିକାରୀଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଚିଠି କରାଯାଇଛି। ମାସ୍କ ନିପନ୍ଧିଲେ ୫୦୦ ଟଙ୍କା ଜରିମାନା ଗଣିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି।

Comment