ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ତାଜା ଅପଡେଟ୍ ଦେଇଛନ୍ତି ରାଜ୍ୟ ସରକାର। ଏଥିରେ ଲୋକମାନଙ୍କୁ ସଚେତନ ରହିବା ସହିତ ସୁସ୍ଥ ରହିବାକୁ କୁହାଯାଇଛି।

ଓଡ଼ିଶାରେ କରୋନା

  • ସଂକ୍ରମିତ ରାଜ୍ୟମାନଙ୍କ ତାଲିକାରେ ଓଡ଼ିଶାର ସ୍ଥାନ ୧୬ ନମ୍ବର।
  • ଓଡ଼ିଶାରେ ୨୪୪୧ ନମୁନାରୁ ୪୨ ପଜିଟିଭ୍।
  • କେବଳ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି ୩୪ ଜଣ ଆକ୍ରାନ୍ତ।
  • ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୯।
  • ଆଇସୋଲେସନରେ ଅଛନ୍ତି ୯୧ ଜଣ ବ୍ୟକ୍ତି।

ବିଶ୍ୱ ଓ ଦେଶରେ କରୋନା

  • ସାରା ବିଶ୍ୱରେ ୧୪,୩୬,୮୪୧ ଜଣ ଲୋକ କରୋନାରେ ଆକ୍ରାନ୍ତ।
  • ୨୪ ଘଣ୍ଟା ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ହଜାର ୯୫୨।
  • ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୮୨ ହଜାର ୪୨୧କୁ ବୃଦ୍ଧି।
  • ଭାରତରେ ବର୍ତ୍ତମାନ ୫୧୯୪ ଜଣ ଲୋକ କରୋନା ଆକ୍ରାନ୍ତ।
  • ଭାରତରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୪୯କୁ ବୃଦ୍ଧି।
  • କରୋନା ସଂକ୍ରମିତ ଦେଶ ତାଲିକାରେ ଭାରତର ସ୍ଥାନ ୨୪।
  • ଆମେରିକା,ସ୍ପେନ୍, ଇଟାଲି, ଜର୍ମାନୀ ଓ ଫ୍ରାନ୍ସ ଟପ୍-୫ କରୋନା ସଂକ୍ରମିତ ଦେଶ।

coronaକଣ୍ଟେନମେଣ୍ଟ୍ ଏରିଆ ନାଁ ଘୋଷଣା

  • ଖୋର୍ଦ୍ଧା – ସୂର୍ଯ୍ୟନଗର, ବମିଖାଲ, ସତ୍ୟନଗର ଓ ସୁନ୍ଦରପଦାଠାରୁ ଯଦୁପୁର
  • କଟକ – ୧ ନମ୍ବର ୱାର୍ଡର ଜୟରାମପୁର ଗ୍ରାମପଞ୍ଚାୟତ, ୧୨ ଓ ୧୩ ନମ୍ବର ୱାର୍ଡର ମିର୍ଜାପୁର ଗ୍ରାମପଞ୍ଚାୟତ, ବକ୍ସିବଜାର ଛକରୁ ସାଇନ୍ସ କଲେଜ, ସୂତାହାଟ ମସଜିଦ୍ ଛକରୁ ତିନିକୋଣିଆ ପାର୍କ ଛକ
  • ଗଞ୍ଜାମ – ଚିକିଟି ବ୍ଲକର ଲାଲମେଣ୍ଟା ଗାଁ
  • ଯାଜପୁର- ରସୁଲପୁର ବ୍ଲକର ବ୍ରହ୍ମବରଦ
  • କେନ୍ଦ୍ରାପଡ଼ା – ରାଧାନଗର, ବଳଭଦ୍ରପୁର, ଶୀତଳେଶ୍ୱର, ଶୀତଳସ୍ତମ୍ଭ, ନିଆଳି, ଗଉଡପାଟଣା, ଭାଟପଡ଼ା, ମେଧାପୁର, କାନ୍ତିପୁର, ଗୋପ
  • ପୁରୀ– ଦାନାଗହୀର ଗାଁ ଛକ, ଜୟପୁର ଛକ
  • ଭଦ୍ରକ – ପୁରୁଣା ବଜାର, ଚରମ୍ପା ଷ୍ଟେସନ ଏରିଆ, ଏରିନ୍ ଗ୍ରାମ ପଞ୍ଚାୟତ
  • କଳାହାଣ୍ଡି – ବେହେରାଗୁଡ଼ା, ପର୍ଯ୍ୟା, ଖମାରହଳଦୀ

ଗୁରୁବାରଠାରୁ ମାସ୍କ ପିନ୍ଧିବା ବାଧ୍ୟ

  • ଗୁରୁବାରଠାରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।
  • ମାସ୍କ ନପିନ୍ଧିଲେ ଆଇନ୍ ଅନୁଯାୟୀ ଦଣ୍ଡ ଭୋଗିବେ ଉଲ୍ଲଘଂନକାରୀ।
  • ରୁମାଲ,ଗାମୁଛା, ଲୁଗା କିମ୍ବା ଓଢ଼ଣୀକୁ ମାସ୍କ ଭଳି ବ୍ୟବହାର କରିପାରିବେ।
  • ୨ ବର୍ଷରୁ କମ୍ ଶିଶୁ, ଶ୍ୱାସରୋଗୀ କିମ୍ବା ଅଚେତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧାନ୍ତୁ ନାହିଁ।

Comment