ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଭୁବନେଶ୍ୱରରେ ପହଞ୍ଚିଲା କରୋନା ଟେଷ୍ଟିଂ କିଟ୍‌। ଏକ ସ୍ୱତନ୍ତ୍ର କାର୍‌ଗୋ ବିମାନ ଯୋଗେ ମହାରାଷ୍ଟ୍ର ପୁଣେର ମାଇ ଲାବୋରେଟୋରୀରୁ ୪ ହଜାର କିଟ୍‌ ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଞ୍ଚିଛି।

କୋଭିଡ୍‌-୧୯ ଟେଷ୍ଟିଂ କିଟ୍‌ ସହ ଆର୍‌ଏନ୍‌ଏ ଏକ୍ସଟ୍ରାକ୍ସନ କିଟ୍‌, ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପମେଣ୍ଟ (ପିପିଇ), ଭିଟିଏମ୍‌ ଆସି ଓଡ଼ିଶାରେ ପହଞ୍ଚିଛି।
ଓଡ଼ିଶାରେ କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ଅଧିକରୁ ଅଧିକ ନମୁନା ପରୀକ୍ଷା କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ କେନ୍ଦ୍ରକୁ ଅଧିକ କିଟ୍‌ ପଠାଇବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଥିଲେ।

coronaଦିନକୁ ୧ ହଜାର ନମୁନା ପରୀକ୍ଷା ହେବ ବୋଲି ଗତକାଲି କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହାସହ ରାଜ୍ୟ ସରକାର ଏପ୍ରିଲ ୩୦ ଯାଏଁ ଓଡ଼ିଶାରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ ବେଳେ ୧ ଲକ୍ଷ ରାପିଡ୍‌ ଟେଷ୍ଟିଂ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Comment