ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଭୁବନେଶ୍ୱରରୁ କରୋନା ସମ୍ପର୍କିତ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଦୁଇ ଜଣ ଶିଶୁକନ୍ୟା କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ପୂର୍ବରୁ ଯୁବକ ଏବଂ ବୟସ୍କ ବ୍ୟକ୍ତି କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ହେଲେ ଏବେ ଦୁଇ ଜଣ ଶିଶୁ କରୋନା ଜାଲରେ ପଡ଼ିଥିବା ଖବର ଆସିବା ପରେ ସବୁଠି ଚାଞ୍ଚଲ୍ୟ ଖେଳି ଯାଇଛି।

ଜଣେ ଶିଶୁକନ୍ୟାର ବୟସ ୯ ବର୍ଷ ହୋଇଥିବା ବେଳେ ଆଉ ଜଣକର ୫ ବର୍ଷ। ଏହି ଦୁଇ ଜଣ ଶିଶୁ ହେଉଛନ୍ତି ୪୨ତମ କରୋନା ଆକ୍ରାନ୍ତଙ୍କ ସମ୍ପର୍କୀୟ। ଗତ ୮ ତାରିଖରେ ୪୨ତମ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା।

coronaଗତକାଲି ବିଳମ୍ବିତ ରାତିରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଥିଲେ। ଜଣେ କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡାର ହୋଇଥିବା ବେଳେ ଆଉ ୩ ଜଣ ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର। ପୂର୍ବରୁ କଳାହାଣ୍ଡି ଜିଲ୍ଲାର ଜଣେ ଯୁବକ ବାହାରିନ୍‌ରୁ ଆସିଥିଲେ। ତାଙ୍କ ନମୁନା ପଜିଟିଭ୍‌ ବାହାରିଥିଲା। ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଥିଲେ ସେନେଇ ପ୍ରଶାସନ ଖୋଳତାଡ଼ କରିଥିଲା।

ଯେଉଁମାନେ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ହୋମ୍‌ କ୍ୱାରେଣ୍ଟାଇନରେ ରଖିବା ସହ ନମୁନା ସଂଗ୍ରହ କରାଯାଇଥିଲା। ସେଥିରୁ ଜଣେ ଯୁବକଙ୍କ ନମୁନା ପଜିଟିଭ୍‌ ଆସିଥିଲା। ସେହିପରି ଝାରପଡ଼ା ଅଞ୍ଚଳର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୩ ଜଣ ଆସିଥିଲେ। ସେମାନଙ୍କ ନମୁନା ପଜିଟିଭ୍‌ ବାହାରିଛି। ଜଣେ ୩୭ ବର୍ଷୀୟ ମହିଳା ହୋଇଥିବା ବେଳେ ଜଣେ ୯ ବର୍ଷର ଏବଂ ଆଉ ଜଣେ ୫ ବର୍ଷର ଶିଶୁକନ୍ୟା। ଏମାନଙ୍କୁ କିମ୍‌ସ ଭୋକିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comment