ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଓଡ଼ିଶାରୁ ଆରମ୍ଭ କରି ଦେଶ ଓ ବିଶ୍ୱରେ କରୋନା ଭାଇରସ୍ ନିଜର କାୟା ବିସ୍ତାର କରିବାରେ ଲାଗିଛି। ତେବେ ଶନିବାର ସୁଦ୍ଧା ବିଶ୍ୱ, ଦେଶ ଏବଂ ଓଡ଼ିଶାରେ କରୋନାର ସ୍ଥିତି କ’ଣ ରହିଛି ଜାଣନ୍ତୁ…

ଓଡ଼ିଶାରେ ଶୁକ୍ରବାର ଆଉ ଦୁଇ ଜଣ କରୋନା ପଜଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି। ତେବେ ଖୁସିର କଥା ହେଲା ଶୁକ୍ରବାର ରାଜ୍ୟର ଆଉ ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେଣୁ ଅପଡେଟ୍ ଖବର ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ମୋଟ ୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣକର ମୃତ୍ୟୁ ହୋଇଛି। ବର୍ତ୍ତମାନ ସାରା ରାଜ୍ୟରେ ୩୭ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି।corona awareness

ସେହିଭଳି ଭାରତରେ ବର୍ତ୍ତମାନ ସୁଦ୍ଧା କରୋନା ଭାଇରସରେ ମୋଟ ୨୩୯ ଲୋକଙ୍କର ଜୀବନ ଗଲାଣି। ଶନିବାର ସୁଦ୍ଧା ସାରା ଦେଶରେ ୭୪୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି ୬୫୬୫ ଜଣ ଆକ୍ରାନ୍ତ ବର୍ତ୍ତମାନ ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ବିଶ୍ୱ ସ୍ତରରେ ମଧ୍ୟ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୧ ଲକ୍ଷ ୨ ହଜାର ୭୩୪ ଜଣ ଲୋକ କରୋନାରେ ମୃତ୍ୟୁବରଣ କରିସାରିଲେଣି। ସେହିଭଳି ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୯୯ ହଜାର ୬୩୧ ଛୁଇଁଛି। ଅନ୍ୟପଟେ ମୋଟ ୩ ଲକ୍ଷ ୭୬ ହଜାର ୩୨୭ ଜଣ ଲୋକ କରୋନା କବଳରୁ ସୁସ୍ଥ ହୋଇଛନ୍ତି ବୋଲି ସୂଚନା ରହିଛି।

Comment