ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଲକଡାଉନ୍ ମଧ୍ୟରେ ଡିଡି ନ୍ୟାସନାଲରେ ପ୍ରସାରିତ ସିରିଏଲ ରାମାୟଣର ଲୋକପ୍ରିୟତା ଆଜିବି କମିନି। ୮୦ ଦଶକରେ ଏହି ରାମାୟଣ ଲୋକମାନେ ପରିବାର ସହିତ ଏହି ସିରିଏଲକୁ ଦେଖୁଥିଲେ। ସିରିଏଲର କଳାକାରମାନଙ୍କ ଭଗବାନ ବୋଲି ମାନି ନେଇଥିଲେ। ସବୁଠୁ ଆଶ୍ଚର୍ଯ୍ୟର କଥା ରାମାୟଣର ସୁଟିଂ ଏପରି ଏକ ସମୟରେ ହୋଇଥିଲା ଯେତେବେଳେ ଟେକ୍ନୋଲୋଜି ଏତେ ବିକଶିତ ହୋଇନଥିଲା। ତଥାପି ଏହି ସିରିଏଲ ଲୋକଙ୍କ ମନ ଜିତିବାରେ ସଫଳ ହୋଇଥିଲା।

ସେତେବେଳେ ଏତେ ଅତ୍ୟାଧୁନିକ କ୍ୟାମେରା ବା ଟେକନୋଲୋଜି ନଥିଲା। ଏହା ସତ୍ତ୍ୱେ ସିରିଏଲ ସହ ଜଡିତ ସମସ୍ତ ଲୋକଙ୍କ କଠିନ ପରିଶ୍ରମ ସିରିଏଲକୁ ସଫଳ କରିପାରିଥିଲା।

‘ରାମାୟଣ’ର ଅଧିକାଂଶ ସୁଟିଂ ରାମାନନ୍ଦ ସାଗରଙ୍କ ବଙ୍ଗଳା’ ସାଗର ଭିଲ୍ଲା’ରେ କରାଯାଇଥିଲା ଓ ଅନ୍ୟ କିଛି ସିନ୍‌ ବାହାରେ ସୁଟିଂ ହୋଇଥିଲା। ବାହାରେ ସୁଟିଂ ହେବା ସମୟରେ ଥିଏଟର କଳାକାର ଏବଂ ଅନ୍ୟ କଳାକାରଙ୍କ ସାହାଯ୍ୟ ନିଆଯାଇଥିଲା।

ଏକ ସାକ୍ଷାତକାରରେ ଥରେ ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗର କହିଥିଲେ ଯେ ‘ରାମାୟଣ’ର ସୁଟିଂ ସମୟରେ ଅନେକ ଥର ଜୁନିୟର କଳାକାରଙ୍କ ଆବଶ୍ୟକତା ପଡ଼ିଥାଏ। ଏଭଳି ପରିସ୍ଥିତିରେ ଗାଁରୁ ଗାଁକୁ ଯାଇ ଢୋଲ ବଜାଇ ଘୋଷଣା କରାଯାଇଥିଲା ଯେ ସିରିଏଲ ପାଇଁ କଳାକାର ଆବଶ୍ୟକ। ଏହାପରେ ଯେଉଁମାନେ ଅଡିସନ ଦେବାକୁ ଆସିଥିଲେ ସେହିମାନଙ୍କୁ ସିରିଏଲରେ କାମ କରିବାର ସୁଯୋଗ ମିଳିଥିଲା।

‘ରାମାୟଣ’ର ଲୋକପ୍ରିୟତା କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଥିଲା। ଏହାକୁ ଟିଭିରେ ୬୫ କୋଟିରୁ ଅଧିକ ଲୋକ ଦେଖିଥିଲେ।

Comment