ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିଲେ ଅଭିନେତା ଅରୁଣ ଗୋଭିଲ। ଆସନ୍ତୁ ଜାଣିବା ତାଙ୍କ ଜୀବନ ସହ ଜଡ଼ିତ କିଛି ଖାସ୍ କଥା।

ରାମାନନ୍ଦ ସାଗରଙ୍କ ପୌରାଣିକ ସିରିଏଲ ‘ରାମାୟଣ’ରେ  ପ୍ରଭୁ ରାମଙ୍କ ଭୂମିକରେ ଅଭିନୟ କରିଥିବା ଅରୁଣ ଗୋଭିଲଙ୍କୁ ସେ ସମୟରେ ଲୋକେ ପୂଜା କରୁଥିଲେ। ସୋ’ ଶେଷ ହେବାର ୩୩ ବର୍ଷ ପରେ ମଧ୍ୟ ସେ ଟିଭିର ରାମ ଭାବରେ ପରିଚିତ ଅଛନ୍ତି। ତେବେ ତାଙ୍କ ସହ ଜଡିତ ଗୋଟିଏ ଖାସ୍‌ କଥା ହେଉଛି ସେ ମୁମ୍ବାଇ ଅଭିନୟ କରିବା ପାଇଁ ଆସିନଥିଲେ ବରଂ ବିଜନେସ୍‌ କରିବାକୁ ଆସିଥିଲେ। ଏକ ସାକ୍ଷାତକାରରେ ଅରୁଣ ଗୋଭିଲ ଏ ବିଷୟରେ କହିଥିଲେ। ତାଙ୍କ ବାପା ମଧ୍ୟ ଚାହୁଁନଥିଲେ ସେ ଅଭିନୟ କରନ୍ତୁ।

ଏବେ ଆସନ୍ତୁ ଜାଣିବା ଅରୁଣ ଗୋଭିଲଙ୍କ ସହ ଜଡ଼ିତ ଅନ୍ୟ କିଛି ଖାସ କଥା।

– ଅରୁଣ ଗୋଭିଲଙ୍କ ଘର ଉତ୍ତରପ୍ରଦେଶ।  ଜାନୁଆରି ୧୨, ୧୯୫୮ ରେ ଜନ୍ମଗ୍ରହଣ କରିଥିଲେ। ସେ ମେରଠ ବିଶ୍ୱବିଦ୍ୟାଳୟରୁ ପଢ଼ିଲା ବେଳେ କିଛି ନାଟକରେ କାମ କରିଥିଲେ।

ଫିଲ୍ମ ‘ପହେଲିରୁ’ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ ହୋଇଥିଲା। ଏହା ପରେ ସେ ଆହୁରି ଅନେକ ଫିଲ୍ମରେ ଅଭିନୟ କରିଥିଲେ। ୧୯୭୯ ମସିହାରେ ‘ସାୱାନ୍ କୋ ଆନେ ଦୋ’, ‘ସାଞ୍ଚ୍‌ କୋ ଆଞ୍ଚ ନାହି’ (୧୯୭୯), ‘ ଇତନି ସି ବାତ୍‌’ (୧୯୮୧), ‘ହିମାତଓ୍ୱାଲା’ (୧୯୮୩), ‘ଦିଲୱାଲା’ (୧୯୮୬), ‘ହାଥକଡ଼ି’ (୧୯୯୫) ରେ ଅଭିନୟ କରିଥିଲେ।

ରାମାୟଣ ସିରିଏଲ  ଜାନୁଆରି୨୫, ୧୯୮୭ରେ ଆରମ୍ଭ ହୋଇଥିଲା, ଶେଷ ଏପିସୋଡ ଜୁଲାଇ ୩୧ ୧୯୮୮ ରେ ପ୍ରସାରିତ ହୋଇଥିଲା।

Comment