ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଆଜିଠାରୁ ଦୂରଦର୍ଶନ ସାହାଯ୍ୟରେ ପାଠ ପଢ଼ିବେ ଦଶମ ଶ୍ରେଣୀ ପିଲା। ଏଥିପାଇଁ ଦୂରଦର୍ଶନ ତରଫରୁ ଛାତ୍ରାଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରିତ ହେବ।
ଏପ୍ରିଲ୍ ୨୦ ତାରିଖରୁ ମେ ୧୨ ତାରିଖରେ ପର୍ଯ୍ୟନ୍ତ ଦୂରଦର୍ଶନରେ ୩୪ଟି ଭିଡିଓ ପ୍ରସାରଣ କରାଯିବ। ପ୍ରତି ସୋମବାରରୁ ଶୁକ୍ରବାର ୨ ଥର ଘଣ୍ଟାଏ ଲେଖାଏଁ ଏହି ଭିଡିଓ ପ୍ରସାରଣ କରାଯିବ। ସକାଳ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଓ ଦିନ ସାଢ଼େ ୩ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଏହି ଭିଡିଓ ପ୍ରସାରିତ ହେବ ବୋଲି କୁହାଯାଇଛି।ଏଥିରେ ଦଶମ ଶ୍ରେଣୀ ଛାତ୍ରାଛାତ୍ରୀମାନେ ଗଣିତ, ଇଂରାଜୀ, ଭୂଗୋଳ, ଜୀବ ବିଜ୍ଞାନ ଓ ଭୌତିକ ବିଜ୍ଞାନ ଭଳି ବିଷୟର ପାଠ ପଢ଼ିପାରିବେ। ଯାହା ସେମାନଙ୍କର ପାଠ ପାଇଁ ସହାୟକ ହୋଇପାରିବ। ଲକଡାଉନକୁ ଦୃଷ୍ଟିରେ ରଖି ଏଜୁସାଟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଲକଡାଉନ୍ କାରଣରୁ ସବୁଠି ଏବେ ସ୍କୁଲ୍, କଲେଜ୍ ବନ୍ଦ ଅଛି। ତେଣୁ ଦଶମ ଶ୍ରେଣୀ ପିଲାଙ୍କ ପାଠ ପଢ଼ାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।