ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଏଣିକି ହ୍ୱାଟ୍ସଆପରେ ମିଳିବ କରୋନା ସମ୍ବନ୍ଧୀୟ ସମସ୍ତ ନ୍ୟୁଜ୍ ଏବଂ ତଥ୍ୟ। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଜନସାଧାରଣଙ୍କ ପାଇଁ ଏକ ସ୍ୱତନ୍ତ୍ର ନମ୍ବର ଜାରି କରାଯାଇଛି।

ଲୋକମାନଙ୍କୁ କରୋନା ସମ୍ବନ୍ଧରେ ପ୍ରତିଟି ଅପଡେଟ୍ ଦେବା ପାଇଁ ଏହି ସୁବିଧା ଆରମ୍ଭ କରାଯାଇଛି। ଏହାର ନମ୍ବର ରହିଛି ‘୯୩୩୭୯୨୯୦୦୦’। ଲୋକମାନେ ଏହି ନମ୍ବରରେ ହ୍ୱାଟ୍ସଆପରେ ପ୍ରଥମେ ‘hi’ ପଠାଇବାକୁ ପଡ଼ିବ। ଏହାପରେ ଆପଣଙ୍କ ପାଖକୁ ଏକ ମେସେଜ୍ ଆସିବ। ଯେଉଁଥିରେ ଆପଣଙ୍କୁ ଭାଷା ବାଛିବାକୁ ପଡ଼ିବ।

corona

 

ଯଦି ଆପଣ ଓଡ଼ିଆରେ ନ୍ୟୁଜ୍ ଓ ଖବର ଜାଣିବାକୁ ଚାହୁଁଛନ୍ତି ତେବେ ‘0’ ଏବଂ  ଇଂରାଜୀରେ ଖବର ଜାଣିବାକୁ ଚାହୁଁଛନ୍ତି ତେବେ ‘e’ ଲେଖିବାକୁ ପଡ଼ିବ। ଏହାପରେ ଆପଣ କରୋନା ସମ୍ବନ୍ଧୀୟ ସମସ୍ତ ସରକାରୀ ତଥ୍ୟ ହ୍ୱାଟ୍ସଆପରେ ପାଇପାରିବେ। ରାଜ୍ୟ ସରକାରଙ୍କ ତରଫରୁ ଏଭଳି ଏକ ଅଭିନବ ଉପାୟ ଆରମ୍ଭ କରାଯାଇଛି।

Comment