ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ସାରାବିଶ୍ୱରେ କରୋନା ଭାଇରସର ବାତାବରଣ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ଉପାୟ ବାହାରିନି। କିନ୍ତୁ ହଁ ସଚେତନ ହେବା ଦ୍ୱାରା ଏହି ଭାଇରସ ସଂକ୍ରମଣରୁ ରକ୍ଷା ପାଇ ହେବ। ଏଥିପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ସଙ୍ଗଠନ, ସରକାରଙ୍କ ପକ୍ଷରୁ ପରାମର୍ଶ ମଧ୍ୟ ଦିଆଯାଉଛି। ତେବେ ବୟସ୍କ ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ଏହି ସେମାନେ ଏହି ଭାଇରସ ଦ୍ୱାରା ଶୀଘ୍ର ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ତେବେ ଆସନ୍ତୁ ଜାଣିବା କରୋନା ଭାଇରସକୁ ନେଇ ବୟସ୍କ ବ୍ୟକ୍ତିଙ୍କ ପାଇଁ କ’ଣ ପରାମର୍ଶ ରହିଛି?

older people-3

୧- ଯଦି ଆପଣଙ୍କ ଘରେ କେହି ବୟସ୍କ ଅଛନ୍ତି ତେବେ ଘରକୁ ଆସୁଥିବା ବାହାର ଲୋକଙ୍କ ସହ ହାତ ମିଳାଇବାକୁ ବା ଆଲିଙ୍ଗନ କରିବାକୁ ମନା କରନ୍ତୁ।  ହାତ ମିଳାଇବା ବଦଳରେ ନମସ୍କାର କରିବାକୁ ଓ ଦୂରତା ରକ୍ଷା କରିବାକୁ କହନ୍ତୁ।

୨ – ସର୍ବ ପ୍ରଥମେ ଘରକୁ ଆସିଥିବା ବ୍ୟକ୍ତିଙ୍କୁ ହାତ ଧୋଇବାକୁ କହନ୍ତୁ।

୩- ଆପଣଙ୍କ ଘରକୁ ନିୟମିତ ପରିଷ୍କାର କରନ୍ତୁ। ବିଶେଷ କରି ଯେଉଁ ସ୍ଥାନଗୁଡ଼ିକୁ ଆପଣ ଅଧିକ ସ୍ପର୍ଶ କରନ୍ତି।

୪- ଯଦି ଆପଣଙ୍କ ଘରେ ଥିବା ବୟସ୍କ ବ୍ୟକ୍ତି ଅସୁସ୍ଥ ହେଉଛନ୍ତି ଓ ତାଙ୍କଠାରେ କୋରୋନା ଭାଇରସ ଭଳି ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

corona

୫- ଯେତେବେଳେ ସେ ସର୍ବସାଧାରଣ ସ୍ଥାନକୁ ଭ୍ରମଣ କରିବାକୁ ଯାଉଛନ୍ତି ପ୍ରତିଷେଧକ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ କହନ୍ତୁ।

୬- ବୟସ୍କମାନେ ନିଜକୁ ଅସୁସ୍ଥ ଅନୁଭବ କରୁଥିଲେ ତୁରନ୍ତ ଡାକ୍ତରଙ୍କ ଡାକ୍ତରଙ୍କୁ ଦେଖାଇବା ଉଚିତ୍ ଏବଂ ଘରେ ରହିବା ଉଚିତ୍।

୭- ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସତର୍କତା ଅବଲମ୍ବନ କରନ୍ତୁ।

୮- ବାରମ୍ବାର ହାତ ଧୁଅନ୍ତୁ ଏବଂ ମୁହଁ ଓ ଆଖିକୁ ଛୁଇଁବାକୁ ମନା କରନ୍ତୁ।।

କୋରୋନା ପାଇଁ ଜାରି କରାଯାଉଥିବା ପରାମର୍ଶକୁ ଅନୁକରଣ କରି କୋରୋନା ଭାଇରସକୁ ରୋକାଯାଇପାରିବ ଏବଂ ନିୟନ୍ତ୍ରଣ କରାଯାଇପାରିବ।

Comment