ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋମବାର ସ୍ୱର୍ଗତଃ ୠଷି କପୁରଙ୍କ ଅସ୍ଥି ବିସର୍ଜନ ହୋଇଛି। ପୁଅ ରଣବୀର କପୁର ମୁମ୍ବାଇର ବାଣଗଙ୍ଗା ଘାଟରେ ପିତାଙ୍କ ଅସ୍ଥି ବିସର୍ଜନ କରିଛନ୍ତି। ବାଣଗଙ୍ଗା ଘାଟରେ ପୂଜାପାଠ କରି ପଣ୍ଡିତଙ୍କ ଉପସ୍ଥିତିରେ ପୂରା ବିଧି ବଧାନ ସହ ରଣବୀର ୠଷିଙ୍କ ଅସ୍ଥି ବିସର୍ଜନ କରିଛନ୍ତି।

ଏହି ସମୟରେ ତାଙ୍କ ସହିତ ମା’ ନିତୁ, ଭଉଣୀ ରିଧିମାଙ୍କ ସହ ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ବି ଉପସ୍ଥିତ ଥିଲେ।

ଦୀର୍ଘ ଦିନରୁ କ୍ୟାନସରରେ ପୀଡ଼ିତ ଥିବା ୠଷି କପୁରଙ୍କର ଏପ୍ରିଲ ୩୦ରେ ମୃତ୍ୟୁ ହୋଇଥିଲା। ସେଦିନ ବି ଆଲିୟା ରଣବୀରଙ୍କ ଘରକୁ ଯାଇ ଏହି ଦୁଃଖଦ ସମୟରେ ପରିବାର ସହିତ ଛିଡ଼ା ହୋଇଥିଲେ। ୠଷି କପୁରଙ୍କ ଝିଅ ରିଧିମା କିନ୍ତୁ ଦିଲ୍ଲୀରେ ଥିବାରୁ ସେଦିନ ବାପାଙ୍କ ଶେଷ ଦର୍ଶନ କରିପାରିନଥିଲେ। ଲକଡାଉନ ଯୋଗୁଁ ୠଷିଙ୍କ ଅନ୍ତିମ ସଂସ୍କାରରେ ବେଶୀ ଲୋକ ସାମିଲ ହୋଇପାରିନଥିଲେ।

Comment