ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ଵାସ୍ଥ୍ୟ ସେବାକୁ ଗୁରୁତ୍ଵ ଦେଲେ କେନ୍ଦ୍ର ସରକାର। ସ୍ଵାସ୍ଥ୍ୟ ବିଭାଗ ଲାଗି ୧୫ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ସରକାର। ସେହିପରି ଗ୍ରାମୀଣ ସ୍ତରରେ ସ୍ଵାସ୍ଥ୍ୟସେବାକୁ ଫୋକସ୍‌ ଦିଆଯାଇଛି। ସବୁ ଜିଲ୍ଲାରେ ଲ୍ୟାବ ବଢ଼ାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଘୋଷଣା ହୋଇଥିବା ୧୫ ହଜାର କୋଟି ମଧ୍ୟରୁ ଟେଷ୍ଟିଂ ଓ ଲ୍ୟାବ କିଟ୍‌ ପାଇଁ ୫୫୦ କୋଟିର ପ୍ୟାକେଜ ଦିଆହୋଇଛି। ସେହିପରି ପ୍ରତ୍ୟେକ ସ୍ଵାସ୍ଥ୍ୟକର୍ମୀଙ୍କ ଲାଗି ୫୦ ଲକ୍ଷର ବୀମା ଯୋଜନା ମଧ୍ୟ ଦିଆଯିବ। କରୋନା ମୁକାବିଲା ପାଇଁ ରାଜ୍ୟମାନଙ୍କୁ ୪,୧୧୩ କୋଟି ପ୍ରଦାନ କରାଯାଇଥିବା ବେଳେ ଜରୁରୀ ସେବା ପାଇଁ ୩,୭୫୦ କୋଟିର ସହାୟତା ପ୍ରଦାନ କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ଶେଷ ପ୍ୟାକେଜ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ପ୍ୟାକେଜରେ ସ୍ଵାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ଗୁରୁତ୍ଵ ଦିଆଯାଇଛି।

Comment